Home ଓଡ଼ିଶା ସ୍ବାସ୍ଥ୍ୟ କର୍ମଚାରୀ କୁଂ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ବ୍ଲକ୍ ବାଣୀଗୋଛା ସେକ୍ଟର ଅନ୍ତର୍ଗତ ନରାଜିପଡା ସବ୍ – ସେଣ୍ଟର ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀ ସୁରେଶନ ସାହୁ ଚଳିତ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ଶ୍ରୀ ସାହୁଙ୍କୁ ଆଜି ବାଣୀଗୋଛା ସେକ୍ଟର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଡ କାଳୀପ୍ରସାଦ ଷଡ଼ଙ୍ଗୀ, ଫାର୍ମାସିଷ୍ଟ କଂ ସମେତ ,ବାଣୀଗୋଛା ସେକ୍ଟର ର ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ( ଏ ଏନ ଏମ୍ ) ,ପୁରୁଷ ସ୍ବାସ୍ଥ୍ୟକର୍ମୀ, ସୁପରଭାଇ,ଆଶାସାଥୀ,ଆଶାକର୍ମୀ ଓ ଡାକ୍ତରଖାନା କର୍ମଚାରୀ ପ୍ରଭୃତି ଯୋଗଦେଇ ଶ୍ରୀ ସାହୁଙ୍କୁ ଉପାୟନ, ଉପଢୌକନ ପ୍ରଦାନ କରି ଅଶୃଳ ନୟନରେ ବିଦାୟ ଦେଇଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଟନ୍ତି । ସେ ୧୯୮୪ ମସିହାରେ ସେନାରେ ଯୋଗଦେଇ ନିଜର ବିରତ୍ବ ଓ କର୍ତ୍ତବ୍ୟ ନିଷ୍ଠା ପ୍ରତିପାଦନ କରି ୨୦୦୨ ମସିହାରେ ସେନାରୁ ଅବସର ଗ୍ରହଣ କରିବାପରେ ନିଜର ସେବା ମନୋଭାବ କୁ ବଜାଇ ରଖିବା ପାଇଁ ୨୦୦୬ ମସିହାରେ ସ୍ବାସ୍ଥ୍ୟ ବିଭାଗରେ ଯୋଗ ଦେଇଥିଲେ । ସେ ଜଣେ ଆଦର୍ଶ , କର୍ତ୍ତବ୍ୟନିଷ୍ଠ ,ନିତିବାନ,ନିରଳସ ,ସହୃଦୟ ଓ ଅତ୍ୟନ୍ତ ଦେଶଭକ୍ତ ବ୍ୟକ୍ତି ହିସାବରେ ଜଣାଶୁଣା ଥିଲେ । ସେ ଚାକିରିକାଳ ମଧ୍ୟରେ ନିଜର କର୍ତ୍ତବ୍ୟ ରେ କେବେ ଅବହେଳା କରୁ ନ ଥିବାବେଳେ,ଅବହେଳା କରୁଥିବା ବ୍ୟକ୍ତିଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ଉତ୍ସାହିତ କରୁଥିଲେ । ଏ ଭଳି ଜଣେ ବ୍ୟକ୍ତି ସ୍ବାସ୍ଥ୍ୟ ବିଭାଗରୁ ଅବସର ନେବା ସମୟରେ ଉପସ୍ଥିତ ବିଭାଗୀୟ ସହକର୍ମୀ ଓ ସାଧାରଣ ଜନତାକଂ ଆଖି ଲୁହ ଛଳଛଳ ହୋଇ ଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026 ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ by Proprietor Abhimanyu Maharana May 6, 2026 ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର by Proprietor Abhimanyu Maharana May 6, 2026 ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ by Proprietor Abhimanyu Maharana May 6, 2026 ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି by Proprietor Abhimanyu Maharana May 6, 2026 ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର by Proprietor Abhimanyu Maharana May 6, 2026