Home ଓଡ଼ିଶା ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଖାରଜ : ସ୍ୱାଧୀନ ବିଧାୟକଙ୍କ ଦୁର୍ନୀତି ଆଗରେ ମୁଣ୍ଡ ନନୁଆଁଇବା ଅନାସ୍ଥାର କାରଣ – ବିଜେଡି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଖାରଜ : ସ୍ୱାଧୀନ ବିଧାୟକଙ୍କ ଦୁର୍ନୀତି ଆଗରେ ମୁଣ୍ଡ ନନୁଆଁଇବା ଅନାସ୍ଥାର କାରଣ – ବିଜେଡି ଫସରଫାଟିଲା ବିଧାୟକ ସାରଦା ପ୍ରଧାନଙ୍କ ଷଡଯନ୍ତ୍ର କୋରମ ଅଭାବରୁ ଆଗତ ହୋଇପାରିଲାନି ଅନାସ୍ଥା ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ଆଜି ଖାରଜ ହୋଇଯାଇଛି । ସମୁଦାୟ ୮୬ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ୬ଜଣ ଆଜିର ଅନାସ୍ଥା ବୈଠକରେ ଉପସ୍ଥିତ ରହିବାରୁ ଏହି ଅନାସ୍ଥା କାଟ୍ ଖାଇବା ସହ ବିଜୁ ଜନତା ଦଳର ସମର୍ଥୀତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ନିଜ ପଦବୀ ବଜାୟ ରଖିଛନ୍ତି ବୋଲି ଦଳ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ ହୋଇ ଆସୁଥିଲା । ସ୍ୱାଧୀନ ବିଧାୟକ ଶ୍ରୀ ସାରଦା ପ୍ରଧାନଙ୍କ ଚାପରେ ଆଗତ ଅନାସ୍ଥା ପ୍ରସ୍ତାବ ପାଇଁ ମେ’ ୧୩ ତାରିଖରେ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ସମର୍ଥନ ଜୁଟାଇ ନପାରିବା କାରଣରୁ କିଛି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଆଳ ଦେଖାଇ ଏହାକୁ ଷଡଯନ୍ତ୍ର ପୂର୍ବକ ଘୁଞ୍ଚାଇ ଦିଆଯାଇଥିଲା । ଆଜି ନିର୍ବାଚନ ଅଧିକାରୀ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସଭ୍ୟସଭ୍ୟାମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଲେ ନାହିଁ । ୮୬ ଜଣ ଭୋଟରଙ୍କ ମଧ୍ୟରୁ କେବଳ ୬ଜଣ ଉପସ୍ଥିତ ଥିବା କାରଣରୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ହୋଇପାରିଲାନାହିଁ । ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ ସମିତିରେ ବେନିୟମ ଓ ଦୁର୍ନୀତି କରିବା ପାଇଁ ବିଧାୟକ ସାରଦା ପ୍ରଧାନଙ୍କ ଚାପ ଆଗରେ ମୁଣ୍ଡ ନ ନୁଆଁଇବାରୁ ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ପିଆର୍ଆଇ ସଦସ୍ୟମାନେ ବିଧାୟକଙ୍କ ଏହି ଷଡଯନ୍ତ୍ରଙ୍କୁ ବୁଝିପାରି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦାନରୁ ବିରତ ରହିଲେ । ନିଶ୍ଚିନ୍ତକୋଇଲି ବ୍ଲକରେ ଜନମତର ବିଜୟ ହେଉଛି ବୋଲି ଡ. ମହାନ୍ତି କହିଛନ୍ତି । Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026