ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ର ଗୁରୁବାର ୨୪ ଦିନରେ ମା ‘ଙ୍କ ବିଶ୍ରାମ ଦିବସ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଭକ୍ତଙ୍କ ସଂଖ୍ୟା ମଧ୍ୟ ଅନ୍ୟ ଦିନ ତୁଳନାରେ ଗୁରୁବାର ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା l ଯାତ୍ରା ସରିବାକୁ ଆଉ ମାତ୍ର ୮ଦିନ ବାକି ଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋହିତ ଭାବେ ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରୁଛନ୍ତି l ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l
