ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାରୀକ୍ଷିତି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା।ଗୁରୁବାର ଦିନ ସକାଳ ସାତ ଘଣ୍ଟା ସମୟରେ ସୁଣ୍ଡିଧାମୁଣି ପଞ୍ଚାୟତ ଅନ୍ତର୍ଗତ ରୁଗୁଡୁବାଇ ଗ୍ରାମର ପୂର୍ଣ୍ଣିମା ମାଣ୍ଡାଙ୍ଗି(୨୦) ପପିନି ମାଣ୍ଡାଙ୍ଗି(୧୫) ଏହି ଦୁଇ ଜଣ ଯୁବତୀ ଜନୈକ ଯୁବକଙ୍କ ସହିତ ଯୁକ୍ତଦୁଇ ଆଡମିଶନ ନିମନ୍ତେ ଓଡି ୧୮ ଡି ୩୪୫୦ ନମ୍ବର ବିଶିଷ୍ଟ ବାଇକ ଯୋଗେ ରାମନାଗୁଡା କୁ ଯାଉଥିବା ବେଳେ ପାରୀକ୍ଷିତି ଘାଟିରେ ଏମାନଙ୍କୁ ଓଡି ୦୩-ଏଲ ୭୪୯୮ ନମ୍ବର ବିଶିଷ୍ଟ ଟ୍ରକ ଟି ରାୟପୁର ଠାରୁ ଆନ୍ଧ୍ରପ୍ରଦେଶ ର ରାଜାମ ଲକୁ କୁଣ୍ଡା ବୋଝେଇ କରି ଯାଉଥିବା ଟ୍ରକ ଟି ପାରୀକ୍ଷିତି ଘାଟିରେ ବାଇକ କୁ ପଛପଟୁ ଟ୍ରକ୍ ଧକ୍କାଦେବା ଫଳରେ ଜଣେ ଯୁବକଙ୍କ ସମେତ ଅନ୍ୟ ଜଣେ ଯୁବତୀ ରାସ୍ତା କଡରେ ଛିଟିକି ପଡିଥିଲେ।

