Home ଓଡ଼ିଶା ହୋମଗାର୍ଡ ଦୌଡ ପରୀକ୍ଷା ବେଳେ ଗଜପତିରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ : ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ହୋମଗାର୍ଡ ଇଣ୍ଟରିଭ୍ୟୁ ସମୟରେ ଅଘଟଣ ଦେଖାଦେଇଛି. ଦୌଡ ପରୀକ୍ଷା ଚାଲିଥିବା ବେଳେ ଜଣ ପରୀକ୍ଷାର୍ଥୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି.ଘଟଣାରୁ ପ୍ରକାଶ, ଗତ କିଛି ଦିନ ହେଲା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହୋମଗାର୍ଡ ନିଯୁକ୍ତି ନିମନ୍ତେ ବିଭିନ୍ନ ପରୀକ୍ଷା ଚାଲୁ ରହିଛି. ଆଜି ଏହି ପରୀକ୍ଷା ନିମନ୍ତେ 2 କିମି ଦୌଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା. ଏହି ସମୟରେ କିଛି ଜଣ ପରୀକ୍ଷାର୍ଥୀ ତଳେ ପଡି ଯାଇଥିଲେ. ଏମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା. ଡାକ୍ତରଖାନାରେ ଡାକ୍ତର ଗୁରୁତରମାନଙ୍କୁ ଚିକିତ୍ସା ଆରମ୍ଭ କରିବା ସମୟରେ ଏହି ଜିଲ୍ଲାର ପରିସଲ ଗ୍ରାମର ଲାଦେନ ମିଶାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ. ପି. ଶଙ୍କର ନାମକ ଅନ୍ୟ ଜଣେ ଗୁରୁତର ଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଆଉ 3 ଜଣ ପରୀକ୍ଷାର୍ଥୀଙ୍କୁ ପାରଳା ଡାକ୍ତରଖାନାରେ ଚିକିତ୍ସା ଚାଲିଛି. ଏମାନେ ବିପଦମୁକ୍ତ ଥିବା ସୂଚନା ମିଳିଛି. ହୋମଗାର୍ଡ ପରୀକ୍ଷା ବେଳେ ଏଭଳି ଭାବେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହେବା ନେଇ ସମସ୍ତ ପରୀକ୍ଷାର୍ଥୀ ଓ ଜିଲ୍ଲାବାସୀଙ୍କ ଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି. Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026