Home ଓଡ଼ିଶା ହାଇଦ୍ରାବାଦରେ ପୁଣି ଗଜପତି ଜିଲ୍ଲାର ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲ୍ଲାର ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ବୁଧବାର ଦିନ ମୃତ୍ୟୁ ହୋଇଥିବା ଜଣାପଡିଛି। ପରିବାର ଲୋକଙ୍କ ଉଦ୍ୟମ ଏବଂ ଅର୍ଥ ବ୍ୟୟ ଯୋଗୁଁ ସୁଦୂର ହାଇଦ୍ରାବାଦ ଠାରୁ ଏକ ଆମ୍ବୁଲାନ୍ସ ଦ୍ୱାରା ମୃତ ଦାଦନ ଶ୍ରମିକଙ୍କ ଶବ ଆଜି ସକାଳ ସମୟରେ ତାଙ୍କ ଗ୍ରାମରେ ପହଞ୍ଚିଛି. ଅତ୍ୟନ୍ତ ଶୋକାକୁଳ ପରିବେଶରେ ଆଜି ମାଧ୍ୟାନ୍ହରେ ଶ୍ରମିକଙ୍କ ଶବ ସତ୍କାର ହୋଇଯାଇଛି. ମୃତ ଶ୍ରମିକ ଜଣକ ହେଲେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଖ୍ରୀଷ୍ଟିଆନ ସାହିର ସୁମେସ ଚନ୍ଦ୍ର ଲିମ୍ମା (୪୦)।କିଛି ବର୍ଷ ତଳେ ସୁମେଶ ପରିବାର ପରିପୋଷଣ ପାଇଁ ହାଇଦ୍ରାବାଦ ସହରର ଏକ ଘରୋଇ କମ୍ପାନୀରେ ମିସ୍ତ୍ରୀ ଭାବେ କାମ କରୁଥିଲେ।ସୁମେଶ ବୁଧବାର ସକାଳ ସାଢେ଼ ଛଟା ବେଳେ ନିତ୍ୟକର୍ମ ସାରି ଅଦା ଗାମୁଛା ସୋକେଇବା ବେଳେ ବିଦୂତ ସଂସ୍ପର୍ଶରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ଘଟଣା ସମ୍ପର୍କରେ ଜାଣିବା ପରେ ପଡୋଶୀ ଘର ଲୋକେ ହାଇଦ୍ରାବାଦ ପୋଲିସକୁ ସୂଚନା ଦେଇଥିଲେ। ପରେ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା. ସୁମେଶଙ୍କ ମୃତ୍ୟ ଖବର ଜାଣିବା ପରେ ଗଜପତିର ତାଙ୍କ ଗାଁରେ ଶୋକକଳ ପରିବେଶ ସୃଷ୍ଟି ହୋଇଥିଲା. ଗତକାଲି ମୃତ ଶ୍ରମିକଙ୍କ ପରିବାର ଲୋକଙ୍କ ଉଦ୍ୟମ ଓ ଅର୍ଥ ଯୋଗାଡ଼ ଯୋଗୁଁ ଏକ ଆମ୍ବୁଲାନ୍ସ ଦ୍ୱାରା ହାଇଦ୍ରା ବାଦରୁ ଗଜପତି ଜିଲ୍ଲାର ତାଙ୍କ ଘରକୁ ଶବ ଆସି ପହଞ୍ଚି ଥିଲା. ପରିବାର କହିଲେ ପତ୍ନୀ ପେରିତା ଲିମ୍ମା ଓ ଅନ୍ୟାନ୍ୟ ସଦସ୍ୟ ରହିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ପ୍ରାୟ ପ୍ରତେକ ସପ୍ତାହରେ ଗଜପତି ଜିଲ୍ଲାରେ କାମ ଧନ୍ଦା ନ ପାଇ ବହୁ ଶ୍ରମିକ ଦାଦନ ଭାବେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି. ଏହି ଦାଦନ ଶ୍ରମିକମାନେ କୌଣସି ନା କୌଣସି କାରଣରୁ ବାହାର ରାଜ୍ୟରେ ଅହେତୁକ ମୃତ୍ୟୁବରଣ କରୁଛନ୍ତି. ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି. ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେରଙ୍ଗ ଗ୍ରାମବାସୀ ଅନୁରୋଧ କରିଛନ୍ତି। Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରସାଦ ଡାଲ୍ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି by Proprietor Abhimanyu Maharana March 20, 2026 ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ by Proprietor Abhimanyu Maharana March 20, 2026 ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ by Proprietor Abhimanyu Maharana March 20, 2026 ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana March 20, 2026 ଆଇଓସିଏଲ ପାଇପଲାଇନ୍ସ ପକ୍ଷରୁ ମକ୍ ଡ୍ରିଲ by Proprietor Abhimanyu Maharana March 20, 2026 ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ର ତୀବ୍ର ବିରୋଧ ପରେ ପୂର୍ବ ନିଷ୍ପତି କୁ ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ by Proprietor Abhimanyu Maharana March 20, 2026