କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ପଂଚାୟତସ୍ଥିତ ମା, ନାରାୟଣୀ ଚଣ୍ଡୀ ମନ୍ଦିର ପରିସରରେଏକ କୃଷି ଭିତ୍ତିକ ଆଲୋଚନା ଚକ୍ର କୁସୁପୁର କୃଷକ ମହାସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି I ବରିଷ୍ଠ ସାମ୍ବାଦିକ ଅମରେନ୍ଦ୍ର ସିଂହ ଙ୍କ ଅଧକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବ୍ଲକ କୃଷି ଅଧିକାରୀ ମୁକ୍ତିଲିନା ମୋନିକା, ସମ୍ମାନିତ ଅତିଥିଭାବେ ଗ୍ରାମ୍ୟ କୃଷି କର୍ମୀ ରାଜେନ୍ଦ୍ର ନାଥ,ମାହାଙ୍ଗା କୃଷକ ସାଥି ସଂଘ ସଭାପତି ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଥିଲେ।

ଏହି କାର୍ଯ୍ୟକ୍ରମରେ ସମୟାନୁକ୍ରମିକ ଧାନ ଫସଲର ତଳି କରଣ ଧାଡି ରୋପଣ, ସାର ଓ ଔଷଧ ପ୍ରୟୋଗ , କୃଷକ ପଞ୍ଜିକରଣ ଓ ମୃତ୍ତିକା ପରୀକ୍ଷଣ କିପରି ଭାବେ କରାଯାଇପାରିବ ସେ ଉପରେ ଚାଷୀମାନଙ୍କୁ ବିଷଦ ଭାବେ ବୁଝାଇଥିଲେ।ଖାଲ ଓ ଢିପ ଜମି ଅନୁଯାୟୀ କେଉଁ ବିହନ ବ୍ୟବହାର କଲେ କେତେ ଦିନ ଅଧିକ ଅମଳ ହୋଇପାରିବ ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଚାଷୀ ମାନେ ସେମାନଙ୍କ ନିଜ ନିଜର ଚାଷ ସମ୍ବନ୍ଧୀତ ପ୍ରଶ୍ନୋତ୍ତର ଭାଗନେଇଥିଲେ।ସୁନାକର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବୀରକିଶୋର ଦାସ, ରାମଚନ୍ଦ୍ର ସେଠୀ, ଅକ୍ଷୟ ସାହୁ,ଉପେନ୍ଦ୍ର ସାହୁ,ବିଶ୍ୱଜିତ ବେହେରା, ଈଶ୍ୱର ଦାସ, ଗଣେଶ୍ୱର ଦାସ, ସନାତନ ଜେନା ,ଚିନ୍ମୟ ମିଶ୍ର,ସିଦ୍ଧେଶ୍ୱର ବେହେରା, ପ୍ରଶାନ୍ତ କୁମାର ବେହୁରାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
