Home ଓଡ଼ିଶା ମେଡିକାଲଛକ ରୁ ଦରଜିପୋଖରୀ ଛକ ରାସ୍ତା ପାଲଟିଛି ମରଣଯନ୍ତା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ପୁରୀ ସହର । ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସୁଛନ୍ତି । ଆଉ ଏକମାସ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଲଘୁଚାପଜନିତ ଲଗାଣ ବର୍ଷା ଓ ମୌସୁମୀ ବର୍ଷା ଯୋଗୁ ସହରର ସଫେଇ କାମ ଓ ରାସ୍ତାଘାଟ କାମ ବିଳମ୍ବିତ ହେଉଛି । ଗତ ଦୁଇଦିନ ଧରି ବର୍ଷା ଯୋଗୁ ସହର ଅବସ୍ଥା ଅସ୍ତବ୍ୟସ୍ତ ହୋଇପଡିଛି । ମେଡିକାଲ ଛକ ରୁ ଦରଜିପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାକାମ ନିମ୍ନମାନର ଯୋଗୁ ସ୍ଥାନେ ସ୍ଥାନେ ପିଚୁ ପ୍ଯାଚ ଉଠିଗଲାଣି । ବିଶାଲ ମେଘାମାର୍ଟ ସମ୍ମୁଖରେ ଦୁଇଫୁଟ ବ୍ୟାସାର୍ଦ୍ଧର ଏକଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଗତକାଲି ବର୍ଷା ସମୟରେ ପାଞ୍ଚ ଛଅଟି ବାଇକ୍ ଆରୋହୀ ଖାଲରେ ଛେଚି ହୋଇ ପଡିଯାଇଥିଲେ । ଜଣଙ୍କର ଟାୟାର କଟି ଯିବାରୁ ଗାଡି ଗଡାଇ ଗଡାଇ ନେଉଥିଲେ । ପାଦଚଲା ବ୍ଯକ୍ତିମାନେ ଯିବା ସମୟରେ ଗାତରେ ପଡି ଆହତ ହେଉଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ଆଗରେ ଟ୍ରାଫିକ ଥିବାରୁ ସିଗନାଲ ଲାଇଟ ଚାହିଁବା ଯୋଗୁ ରାସ୍ତାର ଦୂରବସ୍ଥା ଦେଖିପାରୁନାହାନ୍ତି । ଏହି ରାସ୍ତାର ଅବସ୍ଥା ଓ ଯାନବାହାନ ଚଳାଚଳ ସଂପର୍କରେ ବରିଷ୍ଠ ଫଟୋ ଜର୍ଣ୍ଣାଲିଷ୍ଟ ଡି.ପି.ଗାଙ୍ଗୁଲି ଫଠୋ ଓ ଭିଡିଓ କ୍ଲିପ୍ ଜିଲ୍ଲାପାଳଙ୍କୁ ଦେଇ ଅବଗତ କରାଇଥିଲେ ମଧ୍ଯ ଅଠାବନ ଘଣ୍ଟା ପରେ ମଧ୍ଯ ସେହି ଗର୍ତ୍ତ ମରାମତି ହୋଇପାରିନାହିଁ । ମେଡିକାଲ ଛକ ଟ୍ରାଫିକ ଗୋଲେଇ ଅଞ୍ଚଳରେ ମଝି ରାସ୍ତା ଖୋଳା ହୋଇ ଦୀର୍ଘ ଏକମାସ ଧରି ଟିଣ ଆବଦ୍ଧରେ ବନ୍ଦି ହୋଇ ରହିଛି । ଜେଲ ରୋଡ ପଟେ ବର୍ଷାଜଳ ନିଷ୍କାସନ ପାଇଁ ରହିଥିବା ଲୁହା ଜାଲି ଗୋଟିଏ ପାର୍ଶ୍ବରୁ ଛାଡି ଯିବାରୁ ତାହା ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି କରିଛି । ସ୍ବରେଜ ମ୍ଯାନହଲରୁ ନର୍ଦ୍ଦମା ପାଣି ରସ୍ତା ଉପରକୁ ଆସିଯାଉଛି । ରଥଯାତ୍ରା ବୈଠକରେ ସଭ୍ଯ ମାନେ ତୁମ୍ବି ତୋଫାନି କରି ପାଲାବାଲା ଚାମର ଝାଡିଲା ପରି ପ୍ରତିବାଦ କରୁଥିଲେ ମଧ୍ଯ ସେହି ଅନୁପାତରେ କାର୍ଯ୍ୟ ହେଉନଥିବା ଜଣାପଡିଛି । ରଥ ବୈଠକରେ ସଭ୍ଯ ମାନେ ତୁମ୍ବି ତୋଫାନି କରି ପରିସ୍ଥିତି ଗରମ କରୁଥିବା ବେଳେ ସହର ରାସ୍ତାଘାଟ, ନାଳନର୍ଦ୍ଦମା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । କେବଳ ଟିଭି, ଖବରକାଗଜ, ୱେବ ମିଡିଆ ଓ ସାମାଜିକ ଗଣମାଧ୍ୟମରରେ ସହର ଚକାଚକ ଅବସ୍ଥା ଦେଖାଉଥିବାବେଳେ ପ୍ରକୃତପକ୍ଷେ କାମ ହେଉନାହିଁ ବୋଲି ସହରବାସୀ ଆଲୋଚନା କରୁଛନ୍ତି । ତିନିବର୍ଷରେ ଥରେ ବଡଦାଣ୍ଡ ପିଚୁ କରାଯାଉଛି । ରାସ୍ତାକୁ ଭଲଭାବେ ଖୋଳି ପିଚୁ ପକାଇବା ନିୟମ ଥିବାବେଳେ ରାତିରେ ମେସିନ ସାହାଯ୍ଯରେ ପିଚୁ ଉପରେ ପିଚୁ ପକାଇବା ଯୋଗୁ ରାସ୍ତା ଦୀର୍ଘସ୍ଥାୟୀ ହୋଇପାରୁନାହିଁ । ରଥଯାତ୍ରା ପରେ ଟୋଲା ଟୋଲା ହୋଇ ପିଚୁ ଛାଡୁଛି । ପିଚୁକୁ ଲେବଲ୍ଲିଂ କରୁନଥିବାରୁ ପାଣି ଡ୍ରେନକୁ ନଯାଇ ରାସ୍ତା ମଝିରେ ଜମା ହେଉଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ବଡଦାଣ୍ଡ ସମେତ ବଡଦାଣ୍ଡକୁ ସଂଯୋଗ କରୁଥିବା ସାହି ରାସ୍ତା ମରାମତି ଓ ସମତଳ କରିବା ପାଇଁ ସହରବାସୀ ଦାବି କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026