ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପେଣ୍ଠକଟା ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଗୁରୁବାର ସକାଳୁ ଏକ ବିଭତ୍ସ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ନିଶା ଖାଇବା ପାଇଁ ପୁଅ ମାଆକୁ ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାରୁ ପୁଅ ଉତ୍ଯକ୍ତ ହୋଇ ଘରେ ଥିବା ଫାଉଡାରେ ମାଆର ମୁଣ୍ଡକୁ ଚୋଟ ପକାଇଥିଲା । ମାଆର ରଡି ଶୁଣି ପାଖ ପଡୋଶୀ ମାନେ ପହଞ୍ଚି ପୁଅକୁ କାବୁ କରିଥିଲେ । ମୃତକ ମାଆ ହେଲେ ୫୫ ବର୍ଷୀୟ କନକ ପ୍ରଧାନ । ଅଭିଯୁକ୍ତ ପୁଅ ୩୦ ବର୍ଷୀୟ ପିଙ୍କୁ ପ୍ରଧାନଙ୍କୁ ପେଣ୍ଠକଟା ପୋଲିସ ଗିରଫ କରିଛି । ନିର୍ଦ୍ଦିଷ୍ଟ ସମୟରେ ନିଶା ଖାଇବାକୁ ପିଙ୍କୁ ସବୁବେଳେ ମାଆଙ୍କୁ ଟଙ୍କା ମାଗିଥାଏ । ଆଜି ମଧ୍ଯ ପୂର୍ବ ପରି ଟଙ୍କା ମାଆଙ୍କୁ ମାଗିଥିଲା ।

