Home ଓଡ଼ିଶା ତିନିରଥ ର ପାଞ୍ଚଦଣ୍ଡା ଚଉପଟ ପାଇଁ ରଥଖଳାରେ କାଠ ସାଇତା କାର୍ଯ୍ୟ ଶେଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥ ନିର୍ମାଣର ୨୮ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି ( ଗତକାଲି ସୁଦ୍ଧା ତିନି ରଥର ୪୨ ଗୋଟି ଚକ ନିର୍ମାଣ ଶେଷ ହେବାସହ ତିନିରଥ ବିଭିନ୍ନ ଅଂଶ ଯଥା ଗରଗରା, ଚାରି ନାହାକା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା) ତିନିରଥ ର ପାଞ୍ଚଦଣ୍ଡା ଚଉପଟ ପାଇଁ ରଥଖଳାରେ କାଠ ସାଇତା କାର୍ଯ୍ୟ ଶେଷ ଆସନ୍ତାକାଲି ତିନିରଥ ର ପାଞ୍ଚଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଆଜି ପୂର୍ବାହ୍ନରେ ରଥ ଅମୀନ,ମୁଖ୍ୟ ମହାରଣା ମାନେ ଦଣ୍ଡା ନିର୍ମାଣ ପାଇଁ ଉପଯୋଗୀ କାଠ ଚିହ୍ନଟ ପରେ ଭୋଇ ସର୍ଦ୍ଦାର ଙ୍କ ନେତୃତ୍ବରେ ଭୋଇ ସେବକ ମାନେ ୪୦ ଫୁଟିଆ ଧଉରା ଦଣ୍ଡା କାଠ କୁ ତିନି ରଥ ଖଳା ଠାରେ ସାଇତା କାର୍ଯ୍ୟ ଶେଷ କରିଛନ୍ତି, ଏହି ଦଣ୍ଡା ସାଇତା କାର୍ଯ୍ୟ ତିନି ମୁଖ୍ୟ ମହାରଣାଙ୍କ ତଦାରଖ କ୍ରମେ ସମ୍ପନ୍ନ ହୋଇଛି। ଏଥିସହ ରଥ ଚାଳିରେ ଆଗେଇ ଚାଲିଛି ତିନିରଥ ଚାରି ନାହାକା ଏବଂ ଗରଗରା ର ଚଉପଟ କାର୍ଯ୍ୟ । ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଚାରି ନାହାକା ଚଉପଟ କାର୍ଯ୍ୟ ଜାରୀ ରହିଥିବାବେଳେ, ତାଳଧ୍ଵଜ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଏଁ ଗରଗରା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥର ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି। କରତୀ ସେବକ ରଥ ଖଳା ପାର୍ଶ୍ଵରେ ନିର୍ମିତ ଏକ ସ୍ବତନ୍ତ୍ର ଚାଳି ରେ କରତୀ ସେବକ ମାନେ ତାଳଧ୍ଵଜ ରଥର *ପୋଲ ଗୟଳ* ଚଉପଟ ପାଇଁ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିରଟ ପୂର୍ବରୁ ଉକ୍ତ ୪୦ ଫୁଟିଆ ପୋଲ ଗୟଳ ଧଉରା କାଠ ର ଉଭୟ ପାର୍ଶ୍ଵକୁ ବାରିଶିରେ ହାଣି ଚିତା ,ବା ସମତଳ କାର୍ଯ୍ୟ ଶେଷ କରି ଆଜି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପକାର ଚାଳି ରୂପକାର ସେବକ ମାନେ ତିନିରଥ ର ୧୧ ଟି ଲେଖାଏଁ କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ କରିବା ସକ ଉକ୍ତ ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ସହ ରୂପ ଗୁଡ଼ିକ ରେ ଅଳଙ୍କାର ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଗରଗରା କଣ୍ଟା, ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । *ତା୨୮.୦୫.୨୦୨୫ରିଖ,ବୁଧବାର* *ରଥଖଳା:ରଥ ନିର୍ମାଣ କାର୍ଯ୍ୟ* *୨୮ ତମ ଦିବସ* *ରଥ ନିର୍ମାଣକାରୀଙ୍କ ଉପସ୍ଥାନ* *ତିନିରଥ ର ମହାରଣା ସେବକ – ୭୭ *ତିନିରଥ ର ଭୋଇ ସେବକ – ୭୬ *ତିନିରଥ ର କରତୀ ସେବକ – ୪ *ତିନିରଥ ଓଝା କମାର ସେବକ – ୨୦ *ତିନିରଥ ର ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୩ *ରଥଖଳା ସହାୟକ (ପାଣି ବାଲା) – ୧ ମୋଟ – ୨୦୪ ଜଣ Categories: ଓଡ଼ିଶା, ପୁରୀ, ହୋମ୍ Related Content ବ୍ରହ୍ମାକୁମାରୀ ଅନୁଷ୍ଠାନରେ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ by Proprietor Abhimanyu Maharana August 5, 2026 ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026