ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ପୁରୀ ସହର ସମେତ ସଦର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ତୁହାକୁ ତୁହା ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁ ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ମିଳିଛି ।ଦୀର୍ଘ ବର୍ଷର ବ୍ଯବଧାନ ପରେ ଚଳିତବର୍ଷ ସଅଳ ମୌସୁମୀ ଆସିବାରୁ ଚଳିତବର୍ଷ ଭଲ ଫସଲ ହେବା ନେଇ ଚାଷୀକୂଳ ଆଶା ବ୍ୟକ୍ତ କରିଛି ।ବିଲବାଡିରେ ବର୍ଷା ପାଣି ହେବାରୁ ଚାଷୀ ଧାନଚାଷ ଲାଗି ତତ୍ପରତା ପ୍ରକାଶ କରିଛି । ଲଘୁଚାପଜନିତ ଲଗାଣ ବର୍ଷାରେ ବଡଦାଣ୍ଡ ସମେତ ସହର ତଳି ଅଞ୍ଚଳରେ ପାଣି ଜମିଥିବା ଦେଖାଯାଇଛି ।
