ଭୁବନେଶ୍ବର/ ସିଙ୍ଗାପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ସମାଜ ସିଙ୍ଗାପୁର(ଓ.ଏସ.ଏସ) ର ସହଯୋଗରେ ଆର.ଆର.ଇଭେଣ୍ଟସ ସିନେ ପ୍ରଡକ୍ସନ୍ସ (ଆର.ଆର.ଇ.ସି.ପି.)ଦ୍ବାରା ପ୍ରାୟୋଜିତ ଏହି ଉତ୍ସବକୁ କେନ୍ଦ୍ର କରି ଓଡ଼ିଶାଠାରୁ ସିଙ୍ଗାପୁର ପର୍ଯ୍ୟନ୍ତ ପ୍ରଶଂସାର ସୁଅ ଛୁଟିଥିବା ଲକ୍ଷ୍ୟ କରାଯାଇଛି। ଦେଶ ବାହାରେ ଓଲିଉଡ ପୁରସ୍କାର ପ୍ରଦାନ କରାଯିବାର ଏହା ଦ୍ଵିତୀୟ ଅବସର ଥିଲା। ଏହା ପୂର୍ବରୁ ଆର.ଆର.ଇ.ସି.ପି ଦ୍ବାରା ଗତବର୍ଷ ଓଡ଼ିଆ ସିନେମା ଇତିହାସରେ ପ୍ରଥମ ଥର ପାଇଁ ପୁରସ୍କାର ବିତରଣ ଉତ୍ସବ ଦୁବାଇଠାରେ ଆୟୋଜନ କରାଯାଇଥିଲା।

