ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ଦିଆଯାଉଥିବା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି । ଯାହାକୁ ଆଜି ସାମ୍ବାଦିକ ଭବନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏଭଳି ଅପ୍ରାସଙ୍ଗିକ ପ୍ରସଙ୍ଗରେ ସାମ୍ବାଦିକଙ୍କ ନାଁ ଯୋଡ଼ି ସେମାନଙ୍କୁ ବଦନାମ କରାଯାଉଥିବା ସଦସ୍ୟମାନେ ମତ ଦେଇଛନ୍ତି ।
