ଓଡ଼ିଶା ପରି ରାଜ୍ୟକୁ ବାତ୍ୟା ନିରୋଧି ବିଦ୍ୟୁତ ଭିତ୍ତିଭୂମିର ଆବଶ୍ୟକତା ରହିଛି : ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର

ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :– ଓଡ଼ିଶା ଭଳି ବନ୍ୟା, ବାତ୍ୟା ପ୍ରବଣ ରାଜ୍ୟ ପାଇଁ ବାତ୍ୟା ନିରୋଧ ବିଦୁ୍ୟତ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଇଣ୍ଡିଆନ୍‌ ଚାଞ୍ଚର୍ସ ଅଫ୍‌ କମର୍ସ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଏନର୍ଜି-କନ୍‌କ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି । ଏଥି ସହିତ ପ୍ରାକୃତିକ, ସ୍ୱଚ୍ଛ ଏବଂ ଗ୍ରୀନ୍‌ ଏନର୍ଜି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ସେ ଶକ୍ତି ଉତ୍ପାଦନ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଥିଲେ । ଏହି କନ୍‌କ୍ଲେଭ୍‌ରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମହାମାରୀ ସମୟରେ ସ୍ମାର୍ଟ ମିଟରିଂର ବହୁ ଉପାଦେୟ ହୋଇ ପାରିବ କିନ୍ତୁ ଏଥି ପାଇଁ ଅତିରିକ୍ତ ବ୍ୟୟର ମଧ୍ୟ ଆବଶ୍ୟକତା ରହିଛି ବୋଲି କହିଥିଲେ ।

ତା’ସହିତ ଯଦି ସବୁକିଛି ସ୍ୱାଭାବିକ ଭାବେ କାର୍ଯ୍ୟ କରେ ତେବେ ଆଗାମୀ ଡିସେମ୍ଵର ୨୦୨୦ ସୁଦ୍ଧା ତିନିଗୋଟି ବିଦୁ୍ୟତ ବିତରଣ କମ୍ପାନୀକୁ ଘରୋଇକରଣ କରାଯିବ ବୋଲି ସେ କହିଥିଲେ । କରୋନା ଲକ୍‌ଡାଉନ୍‌ ଯୋଗୁଁ ବିଦୁ୍ୟତ ରାଜସ୍ୱ ଆଦାୟ ବହୁଳ ଭାବେ ବାଧା ପ୍ରାପ୍ତ ହୋଇଥିବା ଦର୍ଶାଇ କ୍ଷତିର ପରିମାଣ ୨୦%ରୁ ୩୦%କୁ ବୃଦ୍ଧି ପାଇଛି । ସେହି ପରି ଟାଟା ପାଓ୍ୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବୁସନ୍‌ ଲି…ର କ୍ଷତିର ପରିମାଣ ୪୬% ହୋଇଛି ବୋଲି ସେ କହିଥିଲେ । ଆଗାମୀ ଦିନରେ କ୍ଷୁଦ୍ର ଗ୍ରୀଡ୍‌ ବ୍ୟବସ୍ଥା ଏ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିପାରିବ ବୋଲି ବିଶେଷଜ୍ଞ ମାନେ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ । ଆଜିର ଏହି କନ୍‌କ୍ଲେଭ୍‌ରେ ଟାଟା ପାଓ୍ୱାରର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସେନ୍‌ବାଗମ୍‌ ମନ୍ଥିରାମ କହିଥିଲେ ଯେ, ବିଦୁ୍ୟତ ବିତରଣ ଏବଂ ବ୍ୟବହାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଖୁଚୁରା ବିତରଣ ବୈଷୟିକ ଜ୍ଞାନକୌଶଳ ହିଁ ଭବିଷ୍ୟତରେ ଏକମାତ୍ର ସଫଳ ଉ ପାୟ ବୋଲି କହିଥିଲେ ।

ଫ୍ଲୁଏଣ୍ଟ ଗ୍ରୀଡ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ମୁରଲୀ କ୍ରିଷ୍ଣା ବିଦୁ୍ୟତ ସେବା କ୍ଷେତ୍ରରେ ସ୍ମାର୍ଟ ଗ୍ରୀଡ୍‌ ବ୍ୟବସ୍ଥା କିପରି କାର୍ଯ୍ୟ କରିବ ଏବଂ ଏହା ହିଁ ବିଦୁ୍ୟତ ସେବାର ଭବିଷ୍ୟତ ବୋଲି ସେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସେ ସମ୍ପାର୍ଟର୍ଟ ମନିଟରିଂ କିପରି କ୍ଷୁଦ୍ର ଏବଂ ବୃହତ୍‌ ବିଦ୍ୟୁତ ବ୍ୟବହାର କ୍ଷେତ୍ରରେ ସୁବିଧାଜନକ ତାହା ଦର୍ଶାଇଥିଲେ । ଏହି ଅବସରରେ ଗୁପ୍ତା ପାଓ୍ୱାର ଇନ୍‌ଫ୍ରାଷ୍ଟ୍ରକଚର ଲିଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏମ୍‌.କେ. ଗୁପ୍ତା,ପାଟନର ଏବଂ ରାଷ୍ଟ୍ରୀୟ ମୁଖ୍ୟ ଶକ୍ତି ଏବଂ ପ୍ରାକୃତିକ ସଞ୍ଚଳ ଶ୍ରୀ ଅନୀଶ ଦେ ଏବଂ ସମ୍ମିଳନୀର ସଂଚାଳକ ଶ୍ରୀ ଜେ.ବି. ପାଣି ପ୍ରମୁଖ କୋଭିଡ୍‌ ପରବର୍ତ୍ତୀ ସମୟରେ ଶକ୍ତି କ୍ଷେତ୍ରକୁ କିପରି ସୁଧୁରା ଯାଇ ସ୍ୱାଭାବିକ ଅବସ୍ଥାକୁ ଅଣାଯାଇ ପାରିବ ସେ କେତେକ ଉପାୟ ଉପରେ ଆଲୋଚନା କରିଥିଲେ ।

Exit mobile version