ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ହସ୍ପିଟାଲ ପକ୍ଷରୁ ମର୍କ ସ୍ପେଶିଆଲିଟିଜ୍ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ବିଶ୍ୱ ତମ୍ବାଖୁ ନିଷେଧ ଦିବସ ଅବସରରେ ହାସଟ୍ୟାଗ ଆକ୍ଟଏଗେନ୍ଷ୍ଟଓରାଲକ୍ୟାନସର ସହିତ “ଟୁ-ମିନିଟ ଆକ୍ସନ ଫର୍ ଓରାଲ କ୍ୟାନ୍ସର ପ୍ରୋଟେକ୍ସନ” କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ଜାତୀୟସ୍ତରୀୟ ପ୍ରୟାସ ଲୋକମାନଙ୍କୁ ଦର୍ପଣର ବ୍ୟବହାର କରି ନିଜ ପାଟିର ଏକ ସ୍ୱ-ପରୀକ୍ଷଣ କରିବା ପାଇଁ ପ୍ରୋତ୍ସାହିତ କରି ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବା ମୁଖ କର୍କଟ ମାମଲାର ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛି । ଏହି କ୍ୟାମ୍ପେନ ମାଧ୍ୟମରେ ବିଶେଷଜ୍ଞମାନେ ଲୋକମାନଙ୍କୁ ପାଟିରେ ଧଳା କିମ୍ବା ଲାଲ ଦାଗ, ଶୁଖୁ ନଥିବା ଅଲ୍ସର କିମ୍ବା ଅସ୍ପଷ୍ଟ ରକ୍ତସ୍ରାବ, ଲଗାତାର ଫୁଲା କିମ୍ବା ସ୍ୱର ପରିବର୍ତନ ଭଳି ଚେତାବନୀପୂର୍ଣ୍ଣ ସଙ୍କେତଗୁଡିକୁ ଯାଂଚ କରିବାକୁ ଅନୁରୋଧ କରିଛନ୍ତି ।

