ପୃଥକ୍ ୩ ଦୁର୍ଘଟଣାରେ ୩ ମୃତ, ୩୧ ଆହତ

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ମଙ୍ଗଳବାର ପୃଥକପୃଥକ ୩ଟି ଦୁର୍ଘଟଣାରେ ୩୧ ଜଣ ଆହତ ହୋଇଛନ୍ତି । ଲୁହାଗୁଡି ନିକଟରେ ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେ । ମୃତ ବ୍ୟକ୍ତି ଜଣକ ହେଲେ ଗାଡି ଚାଳକ ପୁଡାମାରୀ ଗ୍ରାମର ଗଣେଶ ପାତ୍ର। ଆହତ ତିନି ବ୍ୟକ୍ତି ହେଲେ ପୋଡାମାରି ଗ୍ରାମର ବାଦଲ ନାୟକ, ରାଜନାପଲ୍ଲି ଗ୍ରାମର ପବିତ୍ର ମଲ୍ଲିକ ଓ ଶ୍ରୀବସ ମଲିକ। ଖବର ନେବାରୁ ଜଣାପଡିଛି ଆଜି ଅପରାହ୍ନରେ ବ୍ରହ୍ମପୁରରୁ ମୋହନା ଅଭିମୁଖେ କିରାଣା ସାମଗ୍ରୀ ଧରି ଆସୁଥିବା ମିନିଟ୍ରକ ଲୁହାଗୁଡି ନିକଟରେ ଗାଡିର ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ନଂ . ୩୨୬ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ଡ୍ରାଇଭର ଗାଡିତଳେ ଚାପି ହୋଇ ରହିଯାଇଥିଲେ ।

ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କ ସମେତ ଡ୍ରାଇଭରଙ୍କୁ ଗାଡି ତଳୁ ବାହାର କରି ମୋହନା ମେଡିକଲକୁ ନେଇଥିଲେ । ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଭୋଜି ଖାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ପିକ ଅପଭ୍ୟାନ ଓଲଟିପଡିଛି । ୨୭ରୁ ଉଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ଅଡବା ଥାନା ଅନ୍ତର୍ଗତ ଗୁବେଲ ଗ୍ରାମରୁ ଡେଙ୍ଗିଲି ଗ୍ରାମକୁ ଝିଅ ଛାଡି ଭୋଜି ଖାଇ ଫେରୁଥିବା ବେଳେ ଲେଖାରିଗାଁ ଘାଟି ପିକ୍ଅକ୍ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ମୃତ ବ୍ୟକ୍ତି ଜଣକ ହେଲେ ଗୁଲେ ଗ୍ରାମର ସାମନ୍ତ ମିଝୀ(22) ସମସ୍ତ ଆହତଙ୍କୁ ବିରିକୋଟ ମେଡିକଲରେ ଭତ୍ତି କରିଥିଲେ । ଅଡବ ଥାନା ଅନ୍ତର୍ଗତ ଡେଙ୍ଗମା ଗାଁ ନିକଟରେ ଏକ ପିକ୍ଅକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ବିନୋଦ ଗମାଙ୍ଗ ଓ ଜିସୟ ଶବର ଉଭୟେ ନିଜ ଗାଁ ବାଦକୁଆ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକ୍ଅକ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକଲରେ ଭତ୍ତି କରି ଚିକିତ୍ସା ସମୟରେତ ବିନୋଦଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଥିଲେ । ଜିସୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି ।  

Exit mobile version