ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଭାରତର ହରିଆଣା ହିସାର ଜିଲ୍ଲାର ଜ୍ଯୋତି ମାଲହୋତ୍ରାକୁ ପୋଲିସ ଗିରଫ କରି ରିମାଇଣ୍ଡର ଆଣି ପଚରାଉଚରା କରିବା ସହ ଅନେକ ତଥ୍ଯ ପୋଲିସ ସୁରାକ ପାଇଛି । ଜ୍ଯୋତି ସହ ଓଡ଼ିଶାର ପୁରୀ ଝିଅ ପ୍ରିୟଙ୍କା ସେନାପତି ଜ୍ଯୋତିଙ୍କୁ ବିଭିନ୍ନ ଆଡେ ବୁଲାଇବା ସହ ଭିଡିଓ ସୁଟିଂ କରିଥିଲେ । ଜ୍ଯୋତିଙ୍କ ଠାରୁ ହରିଆଣା ପୋଲିସ,ଏନଆଇଏ ତଥ୍ଯ ସଂଗ୍ରହ କରିବା ପରେ ହରିଆଣା ପୋଲିସ, ଏନଆଇଏ ଓ ପୁରୀ ପୋଲିସ ପ୍ରିୟଙ୍କା ସେନାପତିଙ୍କ ଠାରୁ ଠୋସ ତଥ୍ଯ ଜାଣିବା ପାଇଁ ମେ ୧୭ ତାରିଖରୁ ଆଜକୁ ୧୧ଦିନ ହେଲାଣି ଘନଘନ ଜେରା କରିବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

