ମା’ ରାଉତାଣୀ ଯାତ୍ରା ମହୋତ୍ସବ ଉଦଘାଟିତ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନୂଆ କାଚରାମାଳ ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ ମା’ ରାଉତାଣୀ ଯାତ୍ରା ମହୋତ୍ସବ କୁ କଟକ ଅତିରିକ୍ତ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଆୟୋଜିତ ଉତ୍ସବରେ କଟକ ସଦର ଥାନା ଆଇଆଇସି ଓମ୍ ପ୍ରକାଶ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।‌

ଗ୍ରାମ୍ୟ କମିଟି ପକ୍ଷରୁ କିଶୋର ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ,‌ସନ୍ତୋଷ କୁମାର ପଟ୍ଟନାୟକ,ବଟକୃଷ୍ଣ ବେହେରା, ରଜନୀ କାନ୍ତ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ପବିତ୍ର କୁମାର ବେହେରା, ଶିବ ପ୍ରସାଦ ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ,କାନନ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ରହି ଅତିରିକ୍ତ ଡିସିପି ଦେବଦତ୍ତ କର ଏବଂ ସଦର ଆଇଆଇସି ଓମ୍ ପ୍ରକାଶ ମହାନ୍ତିଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରଥମ ଦିନ ରାତିରେ ବିଶ୍ଵ ଦରବାର ଅପେରା ପାର୍ଟିର କଳାକାର ମାନେ କହିବାକୁ ଲାଜ ଶୁଣିଲେ ପାପ ନାଟକ ପରିବେଷଣ କରିଥିଲେ । ଦ୍ଵିତୀୟ ରାତ୍ରିରେ ସବୁ ଜାଣିଛି ଚନ୍ଦ୍ରଶେଣା ନାଟ ପରିବେଷଣ କରିଥିଲା । ଏହାକୁ ଦେଖିବା ପାଇଁ ନୂଆ କାଚରାମାଳ ସମେତ ଆଖ ପାଖ ଗ୍ରାମର ଲୋକମାନେ ଯୋଗ ଦେଇ ଅପେରା ଦେଖିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନୂଆ କାଚରାମାଳ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ । ବୁଧବାର ଅପେରା ପ୍ରଦର୍ଶନର ଶେଷ ଦିବସ ।

Exit mobile version