Home ଓଡ଼ିଶା ଜାତୀୟତା ବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ୪୮ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧବାର୍ଷିକୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ଓଡ଼ିଆ ନାଟ୍ୟ ଜଗତର ପ୍ରଥିତଯଶା ଜାତୀୟତା ବାଦୀ ନାଟ୍ୟକାର ସ୍ଵର୍ଗତ ପରଶୁରାମ ହରିଚନ୍ଦନ ଙ୍କ ୪୮ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ପରଶୁରାମ ସ୍ମୃତି କମିଟି, ବାଣପୁର ମିଳିତ ଆନୁକୂଲ୍ୟରେ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଵାଧୀନତା ପରବର୍ତ୍ତୀ ପ୍ରମୁଖ ନାଟ୍ୟ ରଥୀ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ଦେଶାତ୍ମବୋଧକ ଐତିହାସିକ ନାଟକ ଛିନ୍ନାଙ୍ଗୀ(୧୯୫୪),ଦିଗ୍ ବିଜୟୀ କପିଳେନ୍ଦ୍ର ଦେବ (୧୯୬୧), ବିପ୍ଲବୀ କ୍ରୃତ୍ତିଵାସ (୧୯୭୦), ଅଭିଶପ୍ତ ଦୁର୍ଗ(୧୯୭୮)ରେ ଓଡ଼ିଆ ଜାତିର ଶୈ।ର୍ଯ୍ୟ, ସ୍ଵାଭିମାନ ଓ ବୀରତ୍ବର ଗାଥା ନାଟ୍ୟକାର ଙ୍କୁ ଓ ତାଙ୍କର ସ୍ତୃଷ୍ଟି କୁ କାଳଜୟୀ କରି ରଖିଥିବ ବୋଲି ଉତ୍ସବ ରେ ନିମନ୍ତ୍ରିତ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପରଶୁରାମ ସ୍ମୃତି କମିଟି, ବାଣପୁର ର ସଭାପତି ଗୋଲକ ବିହାରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ବତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମର ସ୍ଵାଇଁ , ସମ୍ମାନିତ ଅତିଥି ଭାବେ ପରଶୁରାମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରେମ ରାଜ ପ୍ରଧାନ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗଦେଇ ସ୍ବର୍ଗତ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ସ୍ମୃତି ଚାରଣ ଛଳରେ ତାଙ୍କର ବଳିଷ୍ଠ ଵହୁମୁଖୀବ୍ୟକ୍ତିତ୍ବ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ମୃତି କମିଟି ର ସମ୍ପାଦକ ଡ଼ାଃ ସୁରେନ୍ଦ୍ର ନାଥ ଦାସ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରାରମ୍ଭିକ ଅଭିଭାଷଣ କ୍ରମରେ ଵର୍ଷିୟାନ୍ ଅବସରପ୍ରାପ୍ତ ଶିକ୍ଷକ ତଥା କଳାକାର ଗୋଲକ ବିହାରୀ ପଟ୍ଟନାୟକ ଓ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳ ମୁକୁନ୍ଦ ଦାସ ଆନୁଷ୍ଠାନିକ ବିବରଣୀ ପ୍ରଦାନ କରିଥିଲେ।ମା ତାରିଣୀ ସଙ୍ଗୀତ ପ୍ରତିଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଓ ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ଚିଲିକା ବାଣପୁର ଅଞ୍ଚଳ ର କେତେକ ସାରସ୍ବତ ସାଧକ ଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଦୁର୍ଗା ଚରଣ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026