Home ଓଡ଼ିଶା ବିଶ୍ୱ ସମ୍ବାଦ କେନ୍ଦ୍ର : କନ୍ଧମାଳ ପକ୍ଷରୁ ନାରଦ ଜୟନ୍ତୀ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। ବିଶ୍ୱ ସମ୍ବାଦ କେନ୍ଦ୍ର ଆବାହକ ଟି ଶିବ ଶଙ୍କର ପାତ୍ର ଅତିଥି ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ଅଶୋକ ପରିଡା ଅତିଥି ଭାବେ ଯୋଗଦେଇ ପୁରାଣ ଯୁଗରେ ମହର୍ଷି ନାରଦ କିପରି ସତ୍ୟ ସମ୍ବାଦ ପରିବେଷଣ କରୁଥିଲେ, ଯାହାକୁ ନେଇ ବିବାଦ ଉପୁଜୁଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ଯୁଗରେ ବିଶ୍ୱରେ ସମ୍ବାଦ, ସାମ୍ବାଦିକତା ଓ ସମ୍ବାଦପତ୍ରର ଉତ୍ପତ୍ତି ଓ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଖ୍ରୀଷ୍ଟପୂର୍ବ ୫୯ରେ ରୋମରୁ ବିଶ୍ୱର ପ୍ରଥମ ଖବର କାଗଜ ପ୍ରକାଶିତ ହେବା ସହ ଭାରତରେ ୧୭୮୦ରେ ଇଂରାଜୀରେ ହିକିସ ବେଙ୍ଗଲ ଗେଜେଟ ଏବଂ ଓଡିଶାରୁ ୧୮୬୬ମସିହାରେ ଉକ୍ରଳ ଦୀପିକା ପ୍ରଥମ ଖବର କାଗଜ ପ୍ରକାଶିତ ହୋଇଥିବା ସୂଚନା ଦେଇଥିଲେ।ପରିସ୍ଥିତିକୁ ଦେଖି ତଥ୍ୟଭିତିକ, ସତ୍ୟ, ନିରପେକ୍ଷ ଓ ସଠିକ ଖବର ପ୍ରକାଶ କରିବା ସାମ୍ବାଦିକର ଧର୍ମ।ବର୍ତ୍ତମାନର ଧ୍ୱଂସ ମୁଖୀ ସମାଜକୁ ରକ୍ଷା କରିବାକୁ ସଂକୀର୍ଣ୍ଣ ସ୍ୱାର୍ଥରୁ ଉର୍ଦ୍ଧ୍ବରେ ରହି ଜନସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସ୍ୱଛ ଓ ନୀର୍ଭିକ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ କଲେ ୪ର୍ଥ ସ୍ତମ୍ଭର ମହତ୍ୱ ପ୍ରତିପାଦିତ ହୋଇପାରିବ ବୋଲି କହିଥିଲେ।ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତତକ୍ଷଣାତ ଖବର ପଠାଇବାରେ ମୁଖ୍ୟ ଭୂମିକା ନିଭାଉଛି। ଏହି ଅବସରରେ ଫିରିଙ୍ଗିଆ କଲେଜର ଅଧ୍ୟକ୍ଷ ଡ ଚିତ୍ତ ରଞନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେବର୍ଷି ନାରଦଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୂରାଣ ଯୁଗରେ ଦେବର୍ଷି ନାରଦ ତ୍ରିଭୁବନ ପରିକ୍ରମା କରି ସତ୍ୟ ସମ୍ବାଦ ପ୍ରଦାନ କରୁଥିଲେ।ସେଥିପାଇଁ କେତେକ ତାଙ୍କୁ କଳିହା ନାରଦ କହୁଥିଲା ବେଳେ ବାସ୍ତବରେ ସେ ସତୁଆ ନାରଦ ଥିଲେ।ମିଛକୁ ପ୍ରଶୟ ନଦେବା, ନାରୀଙ୍କୁ ଉଚ୍ଚ ଆସନ ଦେବା, ନକାରତ୍ମକ ଖବର ପ୍ରସାରଣ ନ କରିବା,ସକାରତ୍ମକ ଓ ସତ୍ୟ ଖବରକୁ ଅଗ୍ରାଧିକାର ଦେବା ନାରଦଙ୍କର ବୈଶିଷ୍ଟ୍ୟ ଥିଲା।ଦେବର୍ଷି ନାରଦ ଖବର ସରବରାହର ଏକ ଅନୁଷ୍ଠାନ ଥିଲେ। ସେ କାହାର ଶତ୍ରୁ ନଥିଲେ।ସେହିଭଳି ଆଜିର ଯୁଗରେ ସାମ୍ବାଦିକମାନେ ସୀମାରେଖା ଭିତରେ ରହି ବ୍ୟକ୍ତି ଅପେକ୍ଷା ଦେଶକୁ ଅଗ୍ରାଧିକାର ଦେଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ ହେବା ଉଚିତ ବୋଲି କହିଥିଲେ। ଫୁଲବାଣୀ ନଗର ସଂଘଚାଳକ ଗୋବିନ୍ଦ ନାୟକ ଅତିଥି ଭାବେ ଯୋଗ ଦେଇ ଦେବର୍ଷି ନାରଦ ସାମ୍ବାଦିକତା କ୍ଷେତ୍ରରେ ଆଦର୍ଶ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ଶିବ ବିଶ୍ୱାଳ,ବିରେନ୍ଦ୍ର ସୁବୁଦ୍ଧି, ଲଳିତ କୁମାର ମଲିକ ,ଆଇନଜୀବୀ ଭଗବାନ ମହାନ୍ତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଓ ଅନ୍ୟ ଆଚାର୍ଯ୍ୟ ପ୍ରମୁଖ ବହୁ ଶ୍ରୋତା, ପାଠକ ଓ ଶୁଭେଛୁ ଯୋଗଦାନ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026