ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବାରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବ ର ମହତ୍ୱ ଯଥେଷ୍ଟ ଅଧିକ ଥିବା ବେଳେ ରକ୍ତହିନତା ର କାରଣ ମଧ୍ୟ ଗର୍ଭବତି ଓ ପ୍ରସୁତି ସମୟରେ ପ୍ରଭାବ ପକାଉଛି । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ଜନ ସଚେତନତା ସୃଷ୍ଟି ଉଦ୍ୟେଶ୍ୟରେ ଟିକାବଲି ସ୍ଥିତ ମା ଗୃହ ତାର ପ୍ରତିଷ୍ଠା ଦିବସ ପାଳନ କରି ରକ୍ତହିନତା ର କାରଣ ଓ ତାର ପ୍ରତିକାର ଶିର୍ଷକ ଏକ ଆଲୋଚନା ଚକ୍ର ଆୟୋଯନ କରିଥିଲେ ।
