ଅଲାରନାଥ ଙ୍କ ଅନବସର ଯାତ୍ରା ପାଇଁ ପରିଦର୍ଶନରେ ଜିଲ୍ଲାପାଳ ଏବଂ ଏସପି

ବ୍ରହ୍ମଗିରି ( ଓଡ଼ିଶା ତାଜା ନ୍ୟୁଜ୍ ) :- ଆସନ୍ତା ଜୁନ ୧୨ ତାରିଖରୁ ଆରମ୍ଭ ହେଉଛି ମହାପ୍ରଭୂ ଶ୍ରୀ ଅଲାରନାଥ ଙ୍କ ଅନବସର ଦର୍ଶନ । ସ୍ନାନ ପୂର୍ଣ୍ଣମାରେ ଶହେ ଆଠ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବଳଭଦ୍ର, ଶୁଭଦ୍ରା ଅଣସର ଗୃହରେ ରହିବେ । ସେହି ସମୟରେ ଶ୍ରୀଜୀଉ ମାନଙ୍କର ଭକ୍ତ ମାନଙ୍କୁ ଦର୍ଶନ ମିଳିବ ନାହିଁ ।

ସେଥିପାଇଁ ପନ୍ଦର ଦିନ ଧରି ଶ୍ରୀ ଜଗନ୍ନାଥ ଙ୍କ ପ୍ରତୀକ ରୂପେ ଶିଳାରୁପି ଶ୍ରୀ ଅଲାରନାଥ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଦେଶ ବିଦେଶ ରୁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ ନିମନ୍ତେ ଭିଡ଼ ଲାଗିବ । ବ୍ରହ୍ମଗିରି ପାଲଟିଯିବ ଦ୍ଵିତୀୟ ଶ୍ରୀକ୍ଷେତ୍ର। ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ, ପରିମଳ, ଟ୍ରାଫିକ ବ୍ୟବସ୍ଥା,

ସ୍ବାସ୍ଥ୍ୟ ସେବା ଆଲୋକି କାରଣ ଓ ବ୍ୟରିକେଟ ବ୍ୟବସ୍ଥା ସହ ସିସି ଟିଭି ଆଦି ର କିଭଳି ସ୍ଥିତିରେ ରହିଛି ତାର ସମୀକ୍ଷା କରିବା ନିମନ୍ତେ ଆଜି ପୁରୀ ଏସ ପି ବିନୀତ ଅଗ୍ରୱାଲ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ସହ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମଗିରି ଥାନା ଆଇଆଇସି ପ୍ରଜ୍ଞା ମାହାନ୍ତି ବ୍ଲକ ବିଡ଼ିଓ ବିଜୟ କୁମାର ବେହେରା ,

ତହସିଲଦାର ଶଶୀଭୂଷଣ ମିଶ୍ର ଯୋଗ ଦେଇ ମନ୍ଦିର ଓ ତାର ଭିତି ଭୂମି ପରିଦର୍ଶନ କରି ଶୃଙ୍ଖଳିତ ବ୍ୟବସ୍ତା ର ସମୀକ୍ଷା କରି ଥିଲେ । ମନ୍ଦିର ର ସେବାୟତ ନିଯୋଗ ଓ ପରିଚାଳନା କମିଟି ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

Exit mobile version