ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସଫଳ ରୂପାୟନ ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ଆଗାମୀ ଜୁନ ୨୭ ତାରିଖରେ ପଢୁଛି ରଥଯାତ୍ରା l ଏହା ଯେତିକି ପାଖଉଛି ସେତେ ଚଳଚଞ୍ଚଳ ହେଉଛି ନିର୍ମାଣ କାର୍ଯ୍ୟ l

ବର୍ତ୍ତମାନ ପାରଳାଖେମୁଣ୍ଡିରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାରରେ ଚାଲିଛି । ପୁରୀ ରଥଯାତ୍ରା ପରେ ପାରଳାଖେମୁଣ୍ଡି ରଥଯାତ୍ରା ହେଉଛି ଦ୍ଵିତୀୟ ପ୍ରସିଦ୍ଧ ରଥଯାତ୍ରା । ଏହି ରଥଯାତ୍ରା ପାଇଁ ପ୍ରଶାସନ ଓ ରଥଯାତ୍ରା କମିଟି ମଧ୍ୟ ପ୍ରସ୍ତୁତିକୁ ଜୋର୍ କରିଥିବା ଦେଖୁବାକୁ ମିଳିଛି l ସେହିପରି ରଥ ନିର୍ମାଣକାରୀ ମହାରଣାମାନେ ନିଜ କାର୍ଯ୍ୟରେ ନିଷ୍ଠାର ସହ ନିମଗ୍ନ ରହିଛନ୍ତି ।

Exit mobile version