Home ଓଡ଼ିଶା ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଵ୍ରତ ରଖିଲେ – ସଧବା ନାରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍)ଡିଜିଟାଲ ଡେସ୍କ :- ଭାରତୀୟ ସଂସ୍କୃତିରେ ସାବିତ୍ରୀ ବ୍ରତର ଯଥେଷ୍ଟ ମାହାତ୍ମ୍ୟ ରହିଛି । ଭାରତୀୟ ନାରୀମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା ସହିତ ପରିବାରର ସୁଖ ସମୃଦ୍ଧି କାମନା କରି ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ, କାଳ ଦେବତା (ଯମ ଦେବତା)ଙ୍କ ଠାରୁ ସାବିତ୍ରୀ ନିଜେ ନିଜ ସ୍ବାମୀଙ୍କ ଜୀବନ ଫେରାଇ ଆଣିବା ସହିତ ପରିବାରର ସୁଖ ସମୃଦ୍ଧି ଫେରାଇ ଆଣିଥିବାରୁ ସାବିତ୍ରୀଙ୍କ ନାମ ଅନୁସାରେ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ଭାବରେ ନାମକରଣ କରାଯାଇଛି । ସଧବା ନାରୀମାନେ ଅଖଣ୍ତ ସୌଭାଗ୍ୟ ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ଵ୍ରତ ପାଳନ କରିଥାନ୍ତି । ଏହି ପୂଜାରେ ଦେବୀ ସାବିତ୍ରୀଙ୍କୁ ୯ ପ୍ରକାରର ଫଳ ୯ ପ୍ରକାର ଫୁଲ ଏହି ପୂଜାରେ ଲାଗିଥାଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଵ୍ରତ ପାଇଁ ସମସ୍ତ ପୂଜା ଜିନିଷ ମହିଳାଙ୍କ ବାପଘରୁ ଆସିଥାଏ । ଯାହା ସାବିତ୍ରୀ ଭାର ନାମରେ ବେଶ୍ ଜଣାଶୁଣା । ସୋମବାର ଦିନରେ ସାବିତ୍ରୀ ବ୍ରତ ପଡ଼ିଥିବାରୁ ରଣପୁର ସ୍ଵପ୍ନେଶ୍ୱର , ଚଣ୍ଡେଶ୍ୱର , ଆଖଣ୍ଡଳମଣି ଶିବ ମନ୍ଦିରରେ ମହିଳା ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ସଧବା ନାରୀମାନେ ହାତରେ ପିତଳ ଥାଳିରେ ପୂଜା ସାମଗ୍ରୀ ସହିତ ନୂଆ ଲୁଗା ଧରି ମନ୍ଦିରରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । ମାଆଙ୍କ ପୂଜା ପାଇଁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ,ଓ ଅଳତା ସହିତ ନଡ଼ିଆ, ଖଜୁରୀ, ତାଳ, ଆମ୍ବ, ପଣସ , ଲିଚୁ ଆଦି ଭୋଗ ଲାଗି କରି ସ୍ଵାମୀ ଙ୍କ ଆଶ୍ରୀର୍ବାଦ ଗ୍ରହଣ କରିଥିଲେ । ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ଘରେ ସମସ୍ତେ ଶୁଖ ଶାନ୍ତିରେ କାମନା କରି ପ୍ରତି ବର୍ଷ ସଧବା ନାରୀ ମାନେ ଏହି ସାବିତ୍ରୀ ବ୍ରତକୁ ନିଷ୍ଠାର ସହକାରେ ପାଳନ କରୁଥିବାର ଦେଖିବାକୁ ମିଳିଥାଏ । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026