ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୧୪ ନମର ଗାର୍ଡ ସଞ୍ଜୟ ଗାନ୍ଧୀ କଲୋନୀ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନେ ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ସେବା ସହ ଜମି ପଟ୍ଟା ଆଦି ମୌଳିକ ସୁବିଧା ଦାବି କରି ଗତ ବୁଧବାର ଠାରୁ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି ରଖିଥିଲେ। ଜିଲା ପ୍ରଶାସନର ପ୍ରତିଶ୍ରୁତି ପରେ ଏହି ଅନଶନ – ଶନିବାର ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି। ଗଜପତି ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ, ପୌର ଅଧ୍ୟକ୍ଷା ନିର୍ମଳା ସେଠୀ,
