
ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ନୟାଗଡ : – କୃଷି, ଉଚ୍ଚଶିକ୍ଷା, ପ୍ରାଣୀସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ଶିଘ୍ର ଆରୋଗ୍ୟ ଲାଭ କରିବା ନିମନ୍ତେ ନୟାଗଡ ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ର ମୁସଲମାନ ଭାଇ ମାନେ କୃଷି ମନ୍ତ୍ରୀ ଙ୍କ ଆସୁ ଆରୋଗ୍ୟ ପାଈଁ ଦୁଆ ମାଗିଛନ୍ତି ।
ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଅମର ଅଲ୍ଲୀ , ଜିଲ୍ଲା ମାଇନରଟି ସେଲ ସଭାପତି ଏସ୍ କେ ନଇଂନ୍ ଓ ସରପଞ୍ଚ ପ୍ରତିନିଧି ସରିଫ୍ ଖାଁ ଙ୍କ ନେତ୍ରୁତ୍ବରେ ମାନ୍ୟବର ମନ୍ତ୍ରୀ କିଭଳି ଶିଘ୍ର ସୁସ୍ଥ ହୋଇ କରି ସେମାନଙ୍କ ନିକଟକୁ ଫେରି ଆସନ୍ତୁ ସେଥିପାଇଁ ଆଲ୍ଲାଙ୍କୁ ଦୁଆ କରିଛନ୍ତି ।
