Home ଓଡ଼ିଶା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଥଯାତ୍ରା ଶୃଙ୍ଖଳିତ ପାଇଁ ବୈଠକରେ ଅନୁମୋଦିତ ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜାଧିଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ ରଥଯାତ୍ରାର ନୀତିନିର୍ଘଣ୍ଟ, ବ୍ଯବସ୍ଥାବଳୀ,ନୀତିକାନ୍ତି, ପହଣ୍ଡି, ରଥଟଣା ଓ ଦର୍ଶନ ବ୍ଯବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକ ପରେ ଗଜପତି ମହାରାଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର ପରିଚାଳନା କମିଟି ଗଠନ କରିନଥିବାରୁ ପୂର୍ବତନ ପରିଚାଳନା କମିଟି ଓ ମୁଖ୍ଯ ପ୍ରଶାସକଙ୍କ ଅନୁମୋଦନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡପ ପହଣ୍ଡି, ବାହୁଡା ଯାତ୍ରା,ସୁନାବେଶ ଓ ନିଳାଦ୍ରୀ ବିଜେ କିପରି ଶୃଙ୍ଖଳିତ ହେବ ଏ ସଂପର୍କରେ ସଭ୍ଯମାନେ ଆଲୋଚନା କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ଉଦ୍ୟମରେ ମେଦିନୀପୁର ଦୀଘା ଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଜଗନ୍ନାଥ ଧାମ ଶବ୍ଦକୁ ବ୍ଯବହାର ନକରିବା ପାଇଁ ଗଜପତି ରାଜ୍ଯ ସରକାରଙ୍କୁ ଅନୁରୋଧ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ସାରା ବିଶ୍ବରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ କାହାକୁ ବାରଣ ନାହିଁ । ମୂଳପୀଠ ଶ୍ରୀମନ୍ଦିର ପରମ୍ପରା ଅନୁଯାଇ ସମସ୍ତ ପ୍ରଚଳିତ ନୀତି ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ନୀଳାଚଳ ଧାମ, ପୁରୁଷୋତ୍ତମ ଧାମ ଏପରି ଶଦ୍ଦ ଗୁଡିକ ଆଗାମୀ ଦିନରେ ଯେପରି କେହି ବ୍ୟବହାର କରି ନପାରିବେ ସେ ସମ୍ପର୍କରେ ବିଚାରବିମର୍ଷ ଚାଲିଛି । ଆନ୍ତର୍ଜାତୀୟ ଧାର୍ମିକ ଅନୁଷ୍ଠାନ ଇସ୍କନ ଦୀଘା ମନ୍ଦିରରେ ସେବାପୂଜା ଦାୟୀତ୍ବ ନେଇଥିବାରୁ ସେ କିପରି ଜଗନ୍ନାଥ ଧାମ ଶଦ୍ଦକୁ ବ୍ଯବହାର ନକରିବା ପାଇଁ କାହିଁକି ପରାମର୍ଶ ଦେଲେନାହିଁ ବୋଲି ଗଜପତି ପ୍ରଶ୍ନ କରିଛନ୍ତି । ଭାରତ ଭିତରେ ଇସ୍କନ ସଂସ୍ଥା ଆଷାଢ ଶୁକ୍ଲ ଦ୍ବିତୀୟା ଦିନ ରଥଯାତ୍ରା କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ ଭାରତ ବାହାରେ ରଥଯାତ୍ରା ଗୋଟିଏ ଦିନ କରିବା ପାଇଁ ଇସ୍କନ ସହ କଥାବାର୍ତ୍ତ ଚାଲିଛି । ଶ୍ରୀମନ୍ଦିରରେ ଶାସ୍ତ୍ରୀୟ ପରମ୍ପରା ଅନୁସାରେ ନୀତିକାନ୍ତି ଚାଲିଛି । ଏ ନୀତି ବିଶ୍ବର ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ପାଇଁ ଗଜପତି ପରାମର୍ଶ ଦେଇଥିଲେ । ଇସ୍କନ ସଂସ୍ଥା ଦୀଘାର ଜଗନ୍ନାଥ ଧାମ ଟ୍ରଷ୍ଟ, ଶ୍ରୀମନ୍ଦିର ପ୍ରଶାସନ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଭକ୍ତିର ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ଯାର ସମାଧାନ କରିବା ପାଇଁ ଗଜପତି ପରାମର୍ଶ ଦେଇଥିଲେ । ଶ୍ରୀକ୍ଷେତ୍ରର ରଥଯାତ୍ରାରେ ସ୍ବଂୟ ଜଗନ୍ନାଥ ରତ୍ନସିଂହାସନ ଛାଡି ଜଗତକୁ ଦର୍ଶନ ଦେବା ପାଇଁ ରଥାରୁଢ ହୁଅନ୍ତି । ଏହି ଅବସରରେ ସମଗ୍ର ବ୍ରହ୍ମାଣ୍ଡକୁ ଦର୍ଶନ କରିବା ପାଇଁ ଭକ୍ତି ଭାବର ସହ ଅଲିଖିତ ଆମନ୍ତ୍ରଣ କରାଯାଇଥାଏ ବୋଲି ଗଜପତି ମହାରାଜା କହିଥିଲେ । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ ବୈଠକ ପରେ ସୂଚନା ଦେଇ କହିଛନ୍ତି ରଥଯାତ୍ରା ପାଇଁ ଏହା ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ । ଛତିଶା ନିଯୋଗରେ ରଥଯାତ୍ରା ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଅନୁଷ୍ଠିତ ପହଣ୍ଡି ଗୁଡିକ କିଭଳି ଶୃଙ୍ଖଳିତ କରାଯିବ ଓ ଚାରମାଳକୁ ସଠିକ ଗଡାଣିଆ କରାଯିବ ଏଥିପାଇଁ ଅଧିକ ଚାରମାଳ କରାଯିବ । ଗତ ରଥଯାତ୍ରା ଆଡପ ପହଣ୍ଡି ସମୟରେ ବଳଭଦ୍ରଙ୍କ ପହଣ୍ଡି ଅଘଟଣକୁ ଦୃଷ୍ଟିରେ ରଖି ଏଥର ତାହାକୁ ଶୃଙ୍ଖଳିତ କରାଯିବ । ଶ୍ରୀମନ୍ଦିର ଶବ୍ଦାବଳୀ ଓ ଲୋଗୋ ଗୁଡିକ ପେଣ୍ଟେଟ କରାଯିବ । ଯେପରି ଏହି ଶଦ୍ଦ ଗୁଡିକ ଅନ୍ଯ କେହି ବ୍ଯବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାରିପଟେ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକା ଗୁଡିକ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଅନୁଯାଇ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ସଂପର୍କରେ ନଗର ଉନ୍ନୟନ ବିଭାଗକୁ ଜଣାଇ ଦିଆଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ମହାପ୍ରଭୁଙ୍କ ଭୂସମ୍ପତିର ସୁରକ୍ଷା,ପରିଚଳନା ଓ ମାର୍ଗଦର୍ଶିକା ବ୍ଯବସ୍ଥା କରାଯିବ । ଶ୍ରୀମନ୍ଦିରର କର୍ପସ ପାଣ୍ଠି ବୃଦ୍ଧି କରାଯିବ । ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି,ଶ୍ରୀମନ୍ଦିର ଉନ୍ନତିକରଣ ଓ ସେବାୟତ କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ରଥ ଉପରେ ମୋବାଇଲ ଫୋନ ବ୍ୟବହାର କଲେ ଫୌଜଦାରୀ ମକଦ୍ଦମା କରାଯିବ । ଅଣ ସେବାୟତ ଯେପରି ରଥ ଉପରକୁ ନ ଚଢନ୍ତି ସେଥିପ୍ରତି କଡା ଦୃଷ୍ଟି ଦିଆଯିବ । ପହଣ୍ଡି ପାଇଁ ସ୍ବତନ୍ତ୍ର ଏସଓପି ବ୍ଯବସ୍ଥା କରାଯିବ । ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲା ,ପୂର୍ବତନ ପରିଚାଳନା କମିଟିର ସଦସ୍ଯ,ଶ୍ରୀମନ୍ଦିର ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ସମେତ ଆମନ୍ତ୍ରିତ ସଭ୍ଯମାନେ ଯୋଗ ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବ୍ରହ୍ମାକୁମାରୀ ଅନୁଷ୍ଠାନରେ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ by Proprietor Abhimanyu Maharana August 5, 2026 ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026