Home ଓଡ଼ିଶା ସାବିତ୍ରୀ ଅମାବାସ୍ୟା ରେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଵ୍ରତ ରଖିଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ସଂସ୍କୃତିରେ ସାବିତ୍ରୀ ବ୍ରତର ଯତେଷ୍ଟ ମହାତ୍ମା ରହିଛି । ଭାରତୀୟ ନାରୀମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା ସହିତ ପରିବାରର ସୁଖ ସମୃଦ୍ଧି କାମନା କରି ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ, କାଳ ଦେବତା (ଯମ ଦେବତା)ଙ୍କ ଠାରୁ ସାବିତ୍ରୀ ନିଜେ ଏହି ବ୍ରତ ରଖି ନିଜ ସ୍ବାମୀଙ୍କ ଜୀବନ ଫେରାଇ ଆଣିବା ସହିତ ପରିବାରର ସୁଖ ସମୃଦ୍ଧି ଫେରାଇ ଆଣିଥିବାରୁ ସାବିତ୍ରୀଙ୍କ ନାମ ଅନୁସାରେ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ଭାବରେ ନାମକରଣ କରାଯାଇଛି । ସଧବା ନାରୀମାନେ ଅଖଣ୍ତ ସୌଭାଗ୍ୟ ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ଵ୍ରତ ପାଳନ କରିଥାନ୍ତି । ଏହି ପୂଜାରେ ଦେବୀ ସାବିତ୍ରୀ ଙ୍କୁ ୯ ପ୍ରକାରର ଫଳ ୯ ପ୍ରକାର ଫୁଲ ଏହି ପୂଜାରେ ଲାଗିଥାଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଵ୍ରତ ପାଇଁ ସମସ୍ତ ପୂଜା ଜିନିଷ ମହିଳାଙ୍କ ବାପଘରୁ ଆସିଥାଏ । ଯାହା ସାବିତ୍ରୀ ଭାର ନାମରେ ଜଣାଶୁଣା । ଆଜି ସୋମବାର ଏବଂ ସାବିତ୍ରୀ ବ୍ରତ ପଡ଼ିଥିବାରୁ ଅଲାରନାଥ ମନ୍ଦିରରେ ମହିଳା ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ହାତରେ ପିତଳ ଥାଳିରେ ପୂଜା ସାମଗ୍ରୀ ସହିତ ନୂଆ ଲୁଗା ଧରି ମନ୍ଦିରରେ ପ୍ରବେଶ କରୁଥିଲେ । ଠାକୁର ଙ୍କ ପୂଜା ପାଇଁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ,ଓ ଅଳତା ସହିତ ନଡ଼ିଆ, ଖଜୁରୀ, ତାଳ, ଆମ୍ବ, ପଣସ , ଲିଚୁ ଆଦି ଭୋଗ ଲାଗି କରିଥିଲେ । ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ଘରେ ସମସ୍ତେ ଶୁଖ ଶାନ୍ତିରେ ରହିବା ପାଇଁ ଏହି ସାବିତ୍ରୀ ବ୍ରତ ପାଳନ କରାଯାଏ ବୋଲି କିଛି ମହିଳା ମାନେ କହିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026 ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର by Proprietor Abhimanyu Maharana August 5, 2026 ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ by Proprietor Abhimanyu Maharana August 5, 2026