Home ଓଡ଼ିଶା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ମୋହନାରେ ନାହିଁ ବସ ଷ୍ଟାଣ୍ଡ ଯାତ୍ରୀ ହଟହଟା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଊଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟର ଦ୍ଵିତୀୟ ବୃହତ୍ତମ ବ୍ଲକ ମୋହନାରେ ନାହିଁ ଯାତ୍ରୀ ମାନଙ୍କ ଲାଗି ବସ ଷ୍ଟାଣ୍ଡ । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ତଥା ମୋହନ ବ୍ଲକ କଥା । ହଁ ଆଜ୍ଞା …ଗଜପତି ଜିଲ୍ଲା କହିଲେ ସମସ୍ତଙ୍କ ମନରେ ଏକ ସାଧାରଣ ଜ୍ଞାନ ର ପ୍ରଶ୍ନ ଉଠେ। ଯୋଉଠି ରାଜ୍ୟର ଦ୍ବିତୀୟ ଵୄହତ୍ତମ୍ ବ୍ଲକ୍ ରହିଛି । ଏହି ବୃହତ୍ତମ ବ୍ଲକ୍ 39 ଗୋଟି ପଞ୍ଚାୟତ କୁନେଇ ନିଜର ପରିଚୟ ସୃଷ୍ଟି କରିଛି । ତେବେ ଲଜ୍ୟାର ବିଷୟ ଏତେ ବଡ଼ ବ୍ଲକ୍ ରେ ଯାତ୍ରୀ ମାନଙ୍କ ଲାଗି ନାହିଁ ବସ ଷ୍ଟାଣ୍ଡ । ଏଠି ଦୈନିକ 39 ଗୋଟି ଦୁର୍ଗମପଞ୍ଚାୟତ ର ଲୋକେ ନିଜ ନିଜ ସରକାରୀ ଓ ବେସରକାରୀ କାମ ରେ ଆସିଥାନ୍ତି । ଏପରିକି ପଡୋଶୀ ଜିଲ୍ଲାଗୁଡିକ ମଧ୍ୟ ଏହି ବ୍ଲକ୍ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜ ପଥ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ତତ୍କାଳୀନ ବିଜେଡି ସରକାର ରେ ନିର୍ମାଣ ହୋଇ ପାରିଲା ନାହିଁ ଯାତ୍ରୀଙ୍କ ଲାଗି ଏକ ବସ ଷ୍ଟାଣ୍ଡ । ଲକ୍ଷ ଲକ୍ଷ ଟଙ୍କା ବିନିମୟ କରି ଅଧାପନ୍ତରିଆ ଭାବେ ଛାଡି ଦେଇଛନ୍ତି ଏହି ବସ ଷ୍ଟାଣ୍ଡ କୁ । ନା ଯାତ୍ରୀଙ୍କ ଲାଗି ରହିଛି ବିଶ୍ରାମଗାର ନା ରହିଛି ବସିବାଲାଗି କୌଣସି ଚୌକି , ନା ପିଇବା ଲାଗି ସ୍ୱସ୍ଛ ପାନୀୟଜଳ , ନା ଯାତ୍ରୀଙ୍କ ଲାଗି ରହିଛି ସୁଲଭଶୌଚାଳୟ ।ଏପରିକି ବିଦ୍ୟୁତ୍ ସେବା ମଧ୍ୟ ନାହିଁ । ବସ କର୍ମଚାରୀଙ୍କ ଲାଗି ନାହିଁ କୌଣସି ଆନୁଷଙ୍ଗିକ ସୁବ୍ୟବସ୍ଥା । ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ରାତ୍ରି ବସ ଚଳାଚଳ ହେଉଥିବା ବେଳେ ରାତ୍ରୀରେ ଯାତ୍ରୀଙ୍କ ଲାଗି ନାହିଁ କିଛି ସୁବିଧା । ଅନେକ ବିପଦ ଓ ଅସୁରକ୍ଷିତ ଭାବେ ଅପେକ୍ଷା କରିଥାନ୍ତି ନିଜର ଗନ୍ତବ୍ୟସ୍ଥଳ କୁ ଯିବାକୁ । ଖରା ବର୍ଷା ଶୀତ କାକର ରେ କିଭଳି ଏହି ସ୍ଥାନରେ ଯାତ୍ରୀ ପ୍ରତୀକ୍ଷା କରୁଥିବେ ଅନୁମାନ କରନ୍ତୁ । ନେତା ମନ୍ତ୍ରୀ ଙ୍କ ମିଛ ପ୍ରତିଶ୍ରୁତି ଶୁଣି କାନ ବଧିର ହେଲାଣି । ଦିନବେଳେ ଏହିପରି ଅବସ୍ଥା ରାତ୍ରି ସମୟରେ ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡା ସ୍ଥଳୀ । ଦୀର୍ଘ ପଚିଶ ବର୍ଷର ସରକାର ରେ ମୋହନା ଅଞ୍ଚଳ ବାସୀଙ୍କୁ ଦେଇଛନ୍ତି ବଡ଼ ଧୋକା । 5 T ନାମରେ କୋଟି କୋଟି ଟଙ୍କା ଚଳୁ କରିଦେଲେ । ଆଉ କହି ଚାଲିଲେ ଏ ହେଉଛି ନବୀନ ସରକାରଙ୍କ ବିକାଶ । ତେବେ ମୋହନା ଭଳି ବୃହତ୍ତମ ବ୍ଲକର ଏ ବିକାଶ ତାହେଲେ ଦୁର୍ଗମ ଅଞ୍ଚଳ ର କଣ ବିକାଶ ହୋଇଥିବ ତାହା ଆପଣ କଳ୍ପନା କରିପାରୁଥିବେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026