ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ପୁଲିସ l ଗିରଫ ଅଭିଯୁକ୍ତ ହେଲେ ଦେଉଳଖଣି ଗାଁର ରାମ ବିଷୋୟୀ (73) l ଘଟଣାର 14 ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି l ଏଥି ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ପୁଲିସ l ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି l ଖୁବ ଶୀଘ୍ର ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି ସୂଚନା ଦେଇଛନ୍ତି l

