ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ଉତ୍କଟ ଜଳ ସଙ୍କଟ ଲୋକଙ୍କୁ ଆହୁରି ଅତିଷ୍ଟ କରୁଛି। ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାପୁଚିବାସୀ ଗ୍ରାମରେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି. ଲୋକେ ଗ୍ରାମ ଠାରୁ ୨ କିମି ଦୂରରେ ଥିବା ଏକ ପାହାଡିଆ ନାଳର ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରି ଆସୁଛନ୍ତି. ଏଭଳି ସମସ୍ୟା ଦେଖୁବାକୁ ମିଳିଛି ମୋହନା ବ୍ଳକ୍ ଖାରିଗୁଡ଼ା ପଞ୍ଚାୟତ ଡେଙ୍ଗାପୁଚି ଗାଁରେ। ୩୨ ଗୋଟି ଆଦିବାସୀ ପରିବାର ଥିବା ଏହି ଗ୍ରାମରେ ଜନସଂଖ୍ୟା ପ୍ରାୟ ୨ ଶହରୁ ଅଧିକ।
