ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଏସସିଏସ କଲେଜ ସମ୍ମୁଖ ରାସ୍ତା ପାର୍ଶ୍ୱରେ ରହିଛି ଅନେକ ଔଷଧୀୟ ଅର୍ଜୁନ ଗଛ । ଏହି ଗଛର ଛାଲି ବ୍ୟବହାରରେ ଅନେକ ପୁରାତନ ରୋଗ ଭଲ ହୋଇଥାଏ । ଏହି ବିରାଟ ଧ୍ରୁମକାୟ ଗଛ ସହର ମଧ୍ୟରେ ବାଡି ବଗିଚାରେ ନଥିବା ବେଳେ କଲେଜ ଛକରେ ରହିଛି । ଏବେ କିଛିଦିନ ଧରି ଅନେକ ଲୋକ ଗଛର ଛାଲି ଗୁଡିକ ଚାଞ୍ଛି ନେବା ଫଳରେ ଗଛ ମରିଯିବାର ସମ୍ଭାବନା ଦେଖାଦେଲାଣି । ଗଛ ଗୁଡିକ ଛାଇ ପ୍ରଦାନ କରିବା ସହ ପରିବା ପସରା ଓ ଠେଲା ଗାଡି ବ୍ୟବସାୟୀମାନେ ଛାଇ ତଳେ ବସି ବ୍ୟବସାୟ କରୁଛନ୍ତି ।

