ଚୋରା ମଦ ବେପାରୀ ଗିରଫ ୯୮ ବୋତଲ ଚୋରା ମଦ ଜବତ

ପଟ୍ଟାମୁଣ୍ଡାଇ (ଓଡ଼ିଶା ତାଜା ନ୍ୟୁଜ୍) :- ଗାଡ଼ିରେ ଚୋରାମଦ ନେଇ ରାଜନଗର ଯାଉଥିବା ରାଜନଗର ଥାନା ଓକିଲପାଳ ଗ୍ରାମର ସୁବାସ ସାମଲଙ୍କୁ ପୁଲିସ ପିଛା କରି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚନ୍ଦନନଗର ଚନ୍ଦ୍ରମୌଳି ଢାବା ନିକଟରେ ଗିରଫ କରି ତାଙ୍କଠାରୁ ୯୮ ବୋତଲ ଚୋରା ମଦ ଜବତ କରିଥିଲା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ ୯୮ ବୋତଲ ମଦ ଜବତ କରିବା ସହ ଜଣେ ଚୋରାମଦ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାର୍ଟ ଚାଲାଣ କରିଛି ।

ସମ୍ପ୍ରତି କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଧେଶରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ ଆଇଆଇସି ଧୀରଜ ଲେଙ୍କାଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଚୋରାମଦ ବ୍ୟବସାୟ କରିବା ଅଭିଯୋଗରେ ସୁବାସ ସାମଲକୁ କୋର୍ଟ ଚାଲାଣ କରାଯାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ଧୀରଜ ଲେଙ୍କା ସୂଚନା ଦେଇଛନ୍ତି ।

Exit mobile version