Home ଓଡ଼ିଶା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡି କ୍ରେଡେଲ ବେବି ପଏଣ୍ଟରୁ ଶିଶୁପୁତ୍ର ଉଦ୍ଧାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରେଡେଲ ବେବି ପଏଣ୍ଟରୁ ଏକ ପୁତ୍ର ଶିଶୁ ଉଦ୍ଧାର କରାଯାଇଛି। ସୂଚନା ପ୍ରକାରେ ଆଜି ଦିବା ପ୍ରାୟ ୧୧ ଘଣ୍ଟିକା ସମୟରେ ୧ ବର୍ଷରୁ ଉର୍ଦ୍ଧ ଶିଶୁ ପୁତ୍ରକୁ କେହି ଅଜଣା ବ୍ୟକ୍ତି ପରିତ୍ୟକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରେଡେଲ ବେବି ପଏଣ୍ଟରେ ଛାଡ଼ି ଚାଲିଯାଇଥିଲେ। ସେହି ସମୟରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମୀ କୌଣସି କାର୍ଯ୍ୟ ବଶତଃ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ। ଶିଶୁଟିର କାନ୍ଦ ଶୁଣି, ଶିଶୁଟି କାହାର ବୋଲି ପଚରା ଉଚୁରା କରିଥିଲେ କିନ୍ତୁ କୌଣସି ବ୍ୟକ୍ତିଙ୍କୁ ପାଇଲେ ନାହିଁ। ପରବର୍ତ୍ତି ସମୟରେ ଉକ୍ତ ଶିଶୁଙ୍କୁ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମୀ ଶିଶୁ ମଙ୍ଗଳ ସମିତିଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହିତ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ଆପଣମାନେ ଜାଣିଥିବେ ପରିତ୍ୟକ୍ତ ଶିଶୁ ର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ କିଛି ନୁଆ ପଦକ୍ଷେପ ନେଇଥିଲା ଯାହାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କାର୍ଯ୍ୟାଳୟ ବାହାରେ କ୍ରେଡ଼େଲ୍ ବେବି ପଏଣ୍ଟ ସ୍ଥାପନ କରାଯାଇଛି । ଯେଉଁ ବ୍ୟକ୍ତି ତାହାର ଶିଶୁର ଯତ୍ନ ଓ ସୁରକ୍ଷା ନେବେ ନାହିଁ ସେହି ବ୍ୟକ୍ତି ଶିଶୁକୁ ବାହାରେ ଫୋପାଡି ନଦେଇ ଏହି କ୍ରେଡ଼େଲ୍ ବେବି ପଏଣ୍ଟ ରେ ସୁରକ୍ଷିତ ଭାବେ ଛାଡ଼ି ବେଲ୍ ବଜାଇବେ । ଉକ୍ତ ଅନୁଷ୍ଠାନର ଆଶୁ ଚିକିତ୍ସା ୱାର୍ଡ଼ ରେ କାର୍ଯ୍ୟରତ ଥିବା କର୍ମଚାରୀ ଶିଶୁକୁ ଉଦ୍ଧାର କରିବେ । ପ୍ରକାଶ ଥାଉକି ଏହି କ୍ରେଡ଼ଲ୍ ବେବି ପଏଣ୍ଟ ମାଧ୍ୟମରେ ପ୍ରଥମ ପରିତ୍ୟକ୍ତ ଶିଶୁ ଗଜପତିରୁ ଉଦ୍ଧାର ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଙ୍କ ସୂଚନା କ୍ରମେ, ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ଅଛି। ବର୍ତମାନ ଶିଶୁଟିକୁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର, ରାଣୀପେଣ୍ଠ ଠାରେ ରଖି ଆବଶ୍ୟକୀୟ ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଉଛି । ପରବର୍ତ୍ତି ସମୟରେ “ପୋଷ୍ୟ ସନ୍ତାନ ଗ୍ରହଣ ଆଇନ – ୨୦୨୨” ଅନୁଯାୟୀ ଶିଶୁଟିକୁ ପୋଷ୍ୟ ସନ୍ତାନ ନିମନ୍ତେ ଆଇନତଃ ମୁକ୍ତ ଘୋଷଣା ପାଇଁ ଶିଶୁ ମଙ୍ଗଳ ସମିତି କାର୍ଯ୍ୟ ଆରମ୍ଭ କରିବ। Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026 ଖୋର୍ଦ୍ଧା ରୋଡ୍ରେ ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତା – ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana September 12, 2026