Home ଓଡ଼ିଶା ବିଶ୍ୱ କଇଁଛ ଦିବସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବିଲୁପ୍ତ ପଥରେ ଥିବା ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ଯୋଜନା ଧାମରା (ଓଡ଼ିଶା ତାଜା ନ୍ୟୁଜ୍) :- ୨୦୦ ନିୟୁତ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି, ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛମାନେ ଉଭୟ ଜଳ ଓ ସ୍ଥଳରେ ବିଚରଣ କରି ବିଲୁପ୍ତିର ସମ୍ମୁଖୀନ ହୋଇ ଆସୁଛନ୍ତି । ମନ୍ଥର-ଗତିରେ ଚଳପ୍ରଚଳ କରୁଥିବା ବିଶ୍ୱର ଏହି ବିଲୁପ୍ତ ପ୍ରାୟ ସରୀସୃପ ସୃଷ୍ଟିର ଅନାଦି କାଳରୁ ଜଳ ଓ ସ୍ଥଳରେ ପରିବେଶଗତ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଆସୁଛନ୍ତି । ପ୍ରକୃତରେ ସାମୁଦ୍ରିକ କଇଁଛମାନଙ୍କୁ ସୃଷ୍ଟିର ‘ମୂଳ ପ୍ରଜାତି’ ବୋଲି କୁହାଯାଏ ଅର୍ଥାତ ଏମାନେ ପରିବେଶର ଏକ ଅଭିନ୍ନ ଅଙ୍ଗ ଏବଂ ଏହି କଇଁଛମାନଙ୍କ ଚତୁଃପାଶ୍ୱର୍ରେ ଥିବା ଅନ୍ୟାନ୍ୟ ପ୍ରଜାତିକୁ ପ୍ରଭାବିତ କରିଥାନ୍ତି । କିନ୍ତୁ ପ୍ରଦୂଷଣ, ପ୍ରାକୃତିକ ବାସସ୍ଥାନର କ୍ଷତି, ଜଳବାୟୁ ପରିବର୍ତ୍ତନ, ଅବୈଧ ବାଣିଜ୍ୟ କାରବାର ଏବଂ ଶିକାର ଭଳି ବିପଦ ଅନେକ କଇଁଛ ପ୍ରଜାତିକୁ ବିଲୁପ୍ତ ହେବାକୁ ଦ୍ୱାରସ୍ଥ କରିଛି । ଏହି ସମସ୍ତ କାରକ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶ୍ୱବ୍ୟାପୀ, ବିଶେଷଜ୍ଞମାନଙ୍କ ଦୂରଦୃଷ୍ଟିସମ୍ପନ୍ନ ହସ୍ତକ୍ଷେପ, ସାମୁହିକ ସମ୍ପର୍କ ଏବଂ କର୍ତ୍ତୃପକ୍ଷଙ୍କ ସହାୟତା ମାଧ୍ୟମରେ ଏହି ବିରଳ ସାମୁଦ୍ରିକ କଇଁଛଙ୍କୁ ରକ୍ଷା କରିବାର ଉପାୟ ଖୋଜିବା ପାଇଁ କାମ ଜାରି ରଖିଛନ୍ତି ।ଭାରତରେ ପଶ୍ଚିମଘାଟ ପର୍ବତମାଳାର କିଛି ଅଞ୍ଚଳ, ଉତ୍ତର-ପୂର୍ବ ଏବଂ ଗୁଜରାଟ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟରେ ଏହି ବିରଳ ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛ ଦେଖିବାକୁ ମିଳନ୍ତି । ଚଳିତ ବର୍ଷ ଓଡ଼ିଶାରେ, ବିଶେଷ କରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଋଷିକୂଲ୍ୟା ବେଳାଭୂମିରେ ଅଲିଭ ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ରେକର୍ଡ ଭାଙ୍ଗିଛି । ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍)ର ‘ରେଡ୍ ଡାଟା ବୁକ୍’ ରେ ଅଲିଭ୍ ରିଡ୍ଲେ କଇଁଛଙ୍କୁ ‘ବିଲୁପ୍ତ ପ୍ରାଣୀ’ ଭାବେ ତାଲିକାଭୁକ୍ତ କରାଯାଇଛି । ଗହୀରମଥା ସ୍ୱତନ୍ତ୍ର ଇକୋନୋମିନ ଜୋନ (ଏପିଏସ୍ଇଜେଡ୍) ଦ୍ୱାରା ପରିଚାଳିତ ଧାମରା ପୋର୍ଟର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି କଇଁଛମାନଙ୍କ ସଂରକ୍ଷଣ ପାଇଁ ପ୍ରୟାସ ଜାରି ରଖିଛି । ବର୍ଷ ବର୍ଷ ଧରି, ବନ୍ଦର ଅଞ୍ଚଳରେ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଅଛି । ସାଗରାଭିମୁଖୀ ଥିବା ଆଲୋକର ଉଜ୍ଜ୍ୱଳତାକୁ ହ୍ରାସ କରିବା ପାଇଁ ବନ୍ଦର ଏବଂ ଏହାର ଟାଉନସିପ୍ ଅଞ୍ଚଳରେ ସ୍ୱଳ୍ପ ଆଲୋକର ବ୍ୟବସ୍ଥା କରାଯାଇଛି । ଆଇୟୁସିଏନ୍ କଇଁଛ ସଂରକ୍ଷଣ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଆଲୋକର ବ୍ୟବସ୍ଥା କରାଯାଇଥିଲା । କଇଁଛମାନଙ୍କୁ ସେମାନଙ୍କ ସମାଗମ ଅଞ୍ଚଳରେ ସୁରକ୍ଷିତ ଭାବେ ଗମନାଗମନ କରିବାରେ ଏହି ଆଲୋକ ସହାୟତା କରିଥାଏ । ପ୍ରତିବର୍ଷ ନଭେମ୍ବର ରୁ ମେ’ ମାସ ମଧ୍ୟରେ ଅଲିଭ ରିଡ୍ଲେ କଇଁଛ ଗଣଅଣ୍ଡା ଦେବା ପାଇଁ ଓଡ଼ିଶା ଉପକୂଳ ଅଭିମୁଖେ ଆସିଥାନ୍ତି । କଇଁଛମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସମାଗମ ଓ ଅଣ୍ଡାଦାନ ଋତୁରେ ଧାମରା ପୋର୍ଟ ସରକାରଙ୍କ ସହ ମିଳିତ ପ୍ରୟାସ କରିଥାଏ ଏବଂ ଏମାନଙ୍କ ଉପରେ ନଜର ରଖିବା ପାଇଁ ସ୍ଥାନୀୟ ବନବିଭାଗକୁ ପାଟ୍ରୋଲିଂ ପାଇଁ ସମୁଦ୍ର ଉପଯୋଗୀ ଟ୍ରଲର ଯୋଗାଇ ଦିଆଯାଏ । ବନ୍ଦର ଅଞ୍ଚଳ ଓ ନାଭିଗେସନ ଚ୍ୟାନେଲଗୁଡ଼ିକ କଇଁଛ ସମାଗମ ଅଞ୍ଚଳଠାରୁ ଦୂରରେ ଅଛି ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ମାଛ ଧରିବା ଡଙ୍ଗାଗୁଡ଼ିକର ପ୍ରବେଶ ରୋକିବା ପାଇଁ ସେମାନଙ୍କୁ ସତର୍କ ସୂଚକ ଭାସମାନ ଦଣ୍ଡ ଲଗାଯାଇଥାଏ । କଇଁଛ ସଂରକ୍ଷଣ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ଅଭିଯାନ ଆରମ୍ଭ କରାଯାଏ । ଆଇୟୁସିଏନ୍ ସୁପାରିଶ୍ ପାଳନର ଏକ ଅଂଶ ଭାବରେ, ଏହି ଅଞ୍ଚଳରେ ଡ୍ରେଜିଂ ପ୍ରୋଟୋକଲ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ୨୦୨୪-୨୫ ବର୍ଷରେ, ଗହୀରମଥାରେ ପ୍ରାୟ ୬.୦୪ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଅଲିଭ୍ ରିଡ୍ଲେ ସଂରକ୍ଷଣର ପ୍ରୟାସ ସ୍ୱରୂପ, ଧାମରା ପୋର୍ଟ ଓଡ଼ିଶା ସରକାରଙ୍କ ସହଭାଗିତାରେ ଧାମରାଠାରେ ‘ଅଲିଭ୍ ରିଡ୍ଲେ କଇଁଛ ଏବଂ ନଦୀକୂଳ କୁମ୍ଭୀର ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦାଖଲ କରିଛି । ଅଲିଭ ରିଡ୍ଲେ କଇଁଛ ଏକ ଉଭୟଚର ପ୍ରାଣୀ ହୋଇଥିବାରୁ ଏହା ଜୈବ ବିବିଧତାକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେମାନଙ୍କ ସଂରକ୍ଷଣ ଉପରେ ଧ୍ୟାନ ଦେଇ ପ୍ରଭାବଶାଳୀ ହସ୍ତକ୍ଷେପ ଯୋଜନା କରିବା ଏବଂ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ଏହି ପ୍ରଜାତି ପାଇଁ ବାସସ୍ଥାନ କ୍ଷତିର ପ୍ରଭାବକୁ ହ୍ରାସ କରିବା ପାଇଁ ବିଶ୍ୱସ୍ତରରେ ପଦକ୍ଷେପ ନିଆଯାଉଛି । ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ସଚେତନତା ପାଇଁ ପ୍ରତିବର୍ଷ ମେ ୨୩ ତାରିଖରେ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଇଥାଏ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026