Home ଓଡ଼ିଶା ଆସୁଛି ସାବିତ୍ରୀ : ବଜାର ଦର ଆକାଶଛୁଆଁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆଉ ଦିନକ ପରେ ସାବିତ୍ରୀ ବ୍ରତ । ହିନ୍ଦୁ ପରମ୍ପରା ଅନୁଯାଇ ପରିବାରର ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିବା ସହ ଶୁଭମନାସୀ ନୂଆ ଶାଢୀ ପିନ୍ଧି, ଶଙ୍ଖା ,ସିନ୍ଦୁର ଅଳତା ଲଗାଇ ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ବ୍ରତ ଆସିବା ପୂର୍ବରୁ ପୁରୀ ସହର ଚଳଚଞ୍ଚଳ ହୋଇପଡିଛି । ସପିଂ ମଲ ଠାରୁ ଆରମ୍ଭ କରି ଶାଢୀ, ଗହଣା ଷ୍ଟେସନାରୀ, ଫଳମୂଳ ଦୋକାନରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଭଲ ରୋଜଗାର ହେବା ଆଶାରେ ଦୋକାନ ଗୁଡିକରେ ମଧ୍ଯ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି । ଚୁଡି ଦୋକାନରେ ମଧ୍ଯ ପ୍ରବଳ ଭିଡ ହେଉଛି । ଶାଢୀ ସହିତ ମ୍ଯାଚିଂ କରି ଚୁଡି କିଣୁଛନ୍ତି । ବିଭିନ୍ନ ଡିଜାଇନ ଅନୁସାରେ ଚୁଡିର ମୂଲ୍ଯ ୧୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିଭଳି ନାଲି ଶଙ୍ଖା ଗୁଡିକର ମୂଲ୍ଯ ୨୦ ଟଙ୍କା ହୋଇଥିବା ବେଳେ ଡିଜାଇନ ଅନୁସାରେ ଅନ୍ଯ ଶଙ୍ଖାର ମୂଲ୍ଯ ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସାବିତ୍ରୀ ବ୍ରତରେ ପୂଜା ପାଇଁ ଯାଉଥିବା ଥାଳିରେ ଶାଢୀ ସହିତ ଶୃଙ୍ଗାର ସାମଗ୍ରୀ ଯେପରିକି ସିନ୍ଦୁର, ଶଙ୍ଖା,ବ୍ରତ, ଆଇନା, କାଠ ପାନିଆ, ଗୁଆ,ଅଳତା ଆଦିର ସ୍ବତନ୍ତ୍ର ପୁଟୁଳି ବର୍ତ୍ତମାନ ଲୋକପ୍ରିୟ ହୋଇଗଲାଣି । ୩୦୦ ଟଙ୍କାରେ ସମସ୍ତ ଏସବୁ ଜିନିଷ ମିଳି ଯାଉଥିବାରୁ ମହିଳା ମାନେ ଏହାକୁ ପସନ୍ଦ କରୁଛନ୍ତି । ଲକ୍ଷ୍ମୀ ବଜାର, ମାର୍କେଟ ଛକ, ବଡଶଙ୍ଖ, ଛକ ସମେତ ରାସ୍ତାକଡ ଓ ବିଭିନ୍ନ ଛକ ବଜାରରେ ଫଳ ବ୍ଯବସାୟୀ ପସରା ମେଲାଇଛନ୍ତି । ଶାଢୀ ,ଚୁଡି, କସମେଟିକ୍ସ ଆଦି ଦୋକାନ ବଜାରରେ ଦର ଆକାଶଛୁଆଁ ହୋଇଛି । ଫଳ ବ୍ଯବସାୟୀ ମାନେ ସାବିତ୍ରୀ ବ୍ରତ ନିମନ୍ତେ ଆବଶ୍ୟକ ଫଳକୁ ଚଢା ଦରରେ ବିକ୍ରି କରୁଥିବା ଦେଖାଯାଇଛି । ଆମ୍ବ, ପଣସ, ସପୁରୀ, ଲିଚୁ, କମଳା, ସପେଟା, ଅଙ୍ଗୁର, ପିଜୁଳି, କଦଳୀ, ଖଜୁରି,ତାଳ ଆଦି ଫଳମୂଳ ସହ ଗଜା ମୁଗର ଦର ଗ୍ରାହକଙ୍କ ମଧ୍ଯରେ ଅସନ୍ତୋଷ ସୃଷ୍ଟି କରିଛି । ବିଭିନ୍ନ ଛକ ବଜାରରେ ଚାହିଦା ଅନୁସାରେ କେଉଁଠାରେ ଦର କମ ଓ ଅଧିକ ରହିଛି । ତେବେ ଆମ୍ବ କିଲୋ ୮୦ ରୁ ୧୦୦ ଟଙ୍କା ଥିବାବେଳେ ସେଓ ୧୦୦ ରୁ ୧୨୦ ଟଙ୍କା, ଅଙ୍ଗୁର ୧୪୦ରୁ ୧୫୦ ଟଙ୍କା, କମଳା କିଲୋ ପ୍ରତି ୧୨୦ ଟଙ୍କା ରହିଛି । କଦଳୀ ଡଜନ ପ୍ରତି ୭୦ ରୁ ୧୦୦ ଟଙ୍କା,ସପୁରୀ ଗୋଟାକ ୮୦ ରୁ ୧୦୦ ଟଙ୍କା, ସେପଟା ୧୫୦ ଟଙ୍କା ଥିବାବେଳେ ପଣସ ଗୋଟାକ ୮୦ ରୁ ୧୦୦ ଟଙ୍କା, ଲିଚୁ କିଲୋପ୍ରତି ୨୫୦ଟଙ୍କା, ଡାଳିମ୍ବ ୧୮୦ ରୁ ୨୦୦ ଟଙ୍କା ରହିଛି । କାକୁଡି କିଲୋ ପ୍ରତି ୫୦ ରୁ ୮୦ ଟଙ୍କା ଥିବାବେଳେ ନଡିଆ ଗୋଟାକ ୩୦ରୁ ୪୦ ରହିଥିବା ବେଳେ ଗୋଟା ତାଳ ୨୦ ଟଙ୍କା ରହିଛି । ଫଳମୂଳ ଦରଦାମର ବୃଦ୍ଧି ଯୋଗୁ ଚିନ୍ତାରେ ଗ୍ରାହକ । ଦରଦାମ କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026 ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର by Proprietor Abhimanyu Maharana August 5, 2026 ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ by Proprietor Abhimanyu Maharana August 5, 2026