Home ଓଡ଼ିଶା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅକାଳ ବିୟୋଗ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସଦର କଞ୍ଜାମେଣ୍ଡି ଗ୍ରାମର ଅବସରପ୍ରାପ୍ତ ୨୨ ରେଜିମେଣ୍ଟ ସେନା କର୍ମଚାରୀ ସରୋଜ କୁମାର ପାଣିଗ୍ରାହୀଙ୍କ ୪୫ ବର୍ଷ ବୟସରେ ପରଲୋକ ହୋଇ ଯାଇ ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଗତ କାଲି ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେ ଅବିବାହିତ ଥିବା ବେଳେ ମା, ଭାଇ,ଭାଉଜ ଓ ନାନୀ,ଜ୍ବାଇଁ ପରିବାର ବର୍ଗ ଅଛନ୍ତି। ସେ ସେନାରେ ୨୦୦୧ ମସିହାରେ କାର୍ଯ୍ୟ ଆରମ୍ଭ କରି ବେଶ ସୁନାମ ଅର୍ଜନ କରି ଥିବା ବେଳେ ବନ୍ଧୁ ବତ୍ସଳ,ଶାନ୍ତ,ସରଳ ଓ ଅମାୟିକ ବ୍ଯବହାରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ୨୦୧୮ ରେ ଅବସର ନେଇଥିଲେ। ସଂପ୍ରତି ଅଞ୍ଚଳର ୟୋଗ ଘଟି ଥିବାରୁ ଶନିବାର ଅନ୍ତିମ ସଂସ୍କାରରେ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ ରଲି ମଲ୍ଲି ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଶୁକ୍ରବାର ରାତିରେ ଅକାଳ ବିକ,ଧନେଶ୍ଵର ମଲ୍ଲିକ,ହିମାଂଶୁ କୁମାର ମଲ୍ଲିକ, ସରୋଜ ବଳିୟାର ସିଂ,ଗଦାଧର ପ୍ରଧାନ,ସିପ୍ରୀୟାନ ଦିଗାଲ, ଲିଙ୍ଗରାଜ ଦଳବେହେରା ଓ ଶିବାନନ୍ଦ ପାତ୍ରଙ୍କ ସମେତ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶି ମାଝୀ,ମଣ୍ଡଳ ସଭାପତି ନିଗମାନନ୍ଦ ପୂଜାରୀ, ଦିଗାମ୍ବର ପାଣିଗ୍ରାହୀ, ଅଶୋକ କୁମାର ଦାସଙ୍କ ସହ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସମସ୍ତ ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଓ ଅଞ୍ଚଳବାସୀ କଞ୍ଜାମେଣ୍ଡି ସ୍ଥିତ ଶ୍ମଶାନଘାଟ ରେ ଉପସ୍ଥିତ ରହି ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026