ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ | ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ପ୍ରାୟ ୧ ବର୍ଷ ରୁ ଅଧିକ ହବ ଠିକାସଂସ୍ଥା ବସଷ୍ଟାଣ୍ଡ ନିର୍ମାଣ କାମ କରିପାରୁ ନ ଥିବା ଅଭିଯୋଗ କରି ଆସୁଥିଲେ | ବାରମ୍ବାର ପ୍ରଶାସନିକ ନୋଟିସ ସତ୍ୱେ ପଞ୍ଚାୟତ ଗୃହରେ ଦୋକାନ ଖୋଲି ବ୍ୟବସାୟ ଚାଲୁରଖିବା ସହ କିଛି ନିରୀହ ଜନସାଧାରଣ କୋଡିଏ ରୁ ଉର୍ଦ୍ଧ ବର୍ଷ ହେବ ଘର କରି ରହି ଆସୁଥିଲେ l