Home ଓଡ଼ିଶା ପୁରୀରେ ‘ଜୁନିଅର ରକ୍ଷକ’ ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp – ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ପ୍ରୟାସ – ପରବର୍ତ୍ତୀ ପିଢ଼ିକୁ ସଡ଼କ ସୁରକ୍ଷା ସଚେତନ କରିବା ଲକ୍ଷ୍ୟ ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀରେ ଚାଲିଥିବା ଏନସିସି କ୍ୟାମ୍ପରେ ଅନୁଷ୍ଠିତ ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ । ଦୁଇଟି ପର୍ଯ୍ୟାୟରେ ୫୫୦ ଏନସିସି କ୍ୟାଡେଟଙ୍କୁ ମାଷ୍ଟର ଟ୍ରେନର ମାନେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି । ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ୫୫୦ ଜଣ NCC କ୍ୟାଡେଟ ‘ଜୁନିଅର ରକ୍ଷକ’ ତାଲିମ ନେଇଛନ୍ତି । କାର୍ଯ୍ୟକ୍ରମକୁ ଏନସିସି କର୍ଣ୍ଣେଲ ସୁଦୀପ ସିହ୍ନା ଓ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସ୍ଵତନ୍ତ୍ର ଅଧିକାରୀ ରବିନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ମାଷ୍ଟର ଟ୍ରେନର ଅମୀୟବାଳା ପରିଡ଼ା, ଇତିଶ୍ରୀ ସୁନ୍ଦରା, ସୁବାସ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ସାହୁ ପ୍ରଶିକ୍ଷଣ ଦେଇଥିଲେ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେ ନେଇ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଇଥିଲା । ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ୍ ଆମ୍ବାସଡର ସାଜିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶା ଓ ନିଜ ଶିକ୍ଷାନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ । ଏହି ଅବସରରେ ଅତିଥି ମାନେ ଗୁଡ଼୍ ସମରିଟାନ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ଡାକ୍ତରଖାନା ପହଞ୍ଚାଇଲେ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଛି । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଆଂଚଳିକ ପରିବହନ କାର୍ଯ୍ୟାଳୟର ସହାୟକ ମୋଟର ଯାନ ନିରୀକ୍ଷକ ଅମିତ୍ ରଣା, ଏଆରଟିଓ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ କରାଯାଉଛି । ଗତବର୍ଷ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଫଳତାର ଚଳିତ ବର୍ଷ ମଧ୍ୟ ଏହା ଜାରି ରହିଛି । ସଡ଼କ ଦୁର୍ଘଟଣା ସମ୍ପର୍କରେ ଜୁନିଅର ରକ୍ଷକ ମାନଙ୍କୁ ସୂଚନା ପ୍ରଦାନରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦିଗରେ ବିଭାଗ କାର୍ଯ୍ୟ କରୁଛି । ଏଭଳି କାର୍ଯ୍ୟକ୍ରମ ଜରିଆରେ ଭବିଷ୍ୟତ ପିଢ଼ି ସଡ଼କ ସୁରକ୍ଷା ସଂପର୍କରେ ସଚେତନ ହେବା ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ଆଶା ରଖିଛି । ସମସ୍ତ ପ୍ରଶିକ୍ଷିତ କ୍ୟାଡେଟଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026