ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ+୨ ପରୀକ୍ଷାରେ ଭୁବନେଶ୍ୱର ଉପକଣ୍ଠ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବିଭିନ୍ନ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିଛନ୍ତି। ଶିଶୁ ଅନନ୍ତ ମହାବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ଦାସ କଳାରେ ବ୍ଲକ ସ୍ତରରେ ପ୍ରଥମ ହୋଇଛନ୍ତି । ତୃତୀୟ ସ୍ଥାନ ହାସଲ କରିଥିବା ଆଦିତ୍ୟ ଭୋଇ ନିଜେ ଜଣେ ଦିନ ମଜୁରୀଆ ଭାବରେ କାମ କରି ଏହି ସଫଳତା ପାଇଛନ୍ତି ।
