୧ ଲକ୍ଷ ୧୫ ହଜାର ଲୁଟିନେଲେ ଦୁର୍ବୃତ୍ତ : କଳା ପଲସର୍ ଆତଙ୍କ

ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ଥାନା ଆଛୁପଡ଼ା ଗ୍ରାମର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ମହିତମା ଜଙ୍ଗଲରେ ତାଙ୍କ ଠାରୁ ଦୁର୍ବୃତ୍ତ ମାନେ ଟଙ୍କା ଛଡାଇ ନେଇଯାଇଥିବା ଥାନା ରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଛୁପଡା ଗ୍ରାମର ଇନ୍ଦ୍ରମଣି ବେହେରା,ତାଙ୍କ ଗ୍ରାମର ମହନ୍ତ ଗୌଡ଼ ଙ୍କ ସହ ନୂଆଗାଁ ଇଣ୍ଡିଆନ ଓଭର ସିଜ ବ୍ୟାଙ୍କରୁ ୧ ଲକ୍ଷ ୧୫ ହଜାର ଟଙ୍କା ଉଠାଇ ଏକ୍ସ୍ ଏଲ୍ ଗାଡ଼ିରେ ଗ୍ରାମକୁ ଫେରୁଥିବା ବେଳେ ମହିତମା ଜଙ୍ଗଲ ମଧ୍ୟରେ ଏକ ପଲସର ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଆସି ଗାଡ଼ିକୁ ଧକ୍କା ଦେବା ଦ୍ଵାରା ଉଭୟ ଏକ୍ସ ଏଲ ଗାଡିରୁ ତଳେ ପଡ଼ିଯାଇଥିଲେ ।

ମହନ୍ତ ଗୌଡ ଟଙ୍କା ବ୍ୟାଗ ଧରି ଥିବା ବେଳେ ତାକୁ ମାଡ଼ପିଟ କରିବା ସହ ଜୋର୍ କରି ବ୍ୟାଗରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ମହନ୍ତ ଗୌଡ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ୍ ୧୧୨/୨୫ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଏହି ରାସ୍ତାରେ ଅନେକ ଥର ଡକାୟତ ହୋଇଥିବା ଜଣା ପଡ଼ିଛି।

Exit mobile version