କଟକ ସଦର ବିଧାୟକଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ସଦର ନିର୍ବାଚନ ମଣ୍ଡଳୀର ସିଏମସି ୫୮ ନମ୍ବର ୱାର୍ଡର ପ୍ରତାପନଗରୀ ସ୍ଥିଚ ୱ।ଲମୀ ଠାରେ ଶୁକ୍ରବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଦୁଇ କୋଟି ୫୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ହେବାକୁ ଥିବା ପୁରୀ ମେନ୍ କେନାଲ ବନ୍ଧ ରାସ୍ତା କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ପ୍ରାଚୀ ଡିଭିଜନ ପକ୍ଷରୁ କରାଯିବାକୁ ଥିବା ତିନି କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତିନି ମାସ ମଧ୍ୟରେ ଶେଷ ହେବାକୁ ସମୟ ନିର୍ଦ୍ଧାରଣ କରାଯାଇଛି ବୋଲି ବିଧାୟକ ଶ୍ରୀ ସେଠୀ ପ୍ରକାଶ କରିଥିଲେ ।

ଏହା‌ ସହିତ ପ୍ରତାପନଗରୀ ସ୍ଥିତ ୪ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ସାଂସ୍କୃତିକ ମଣ୍ଡପକୁ ଉଦଘାଟନ କରି କହିଲେ ଯେ, ପ୍ରତାପନଗରୀ ଠାରୁ ପୁରୁଣା କାଚରାମାଳ ପର୍ଯ୍ୟନ୍ତ ଉକ୍ତ ତିନି କିଲୋମିଟର ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ପରିଣତ ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟତ ରେ ପ୍ରତି ବନ୍ଧକ ସୃଷ୍ଟି କରୁଥିଲା ।‌ ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ରାସ୍ତାର ଉନ୍ନତି କରଣ ପାଇଁ ଜନସାଧାରଣ ଏନେଇ ଦୀର୍ଘ ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ଏଥିପ୍ରତି ‌ପୂର୍ବ‌ ସରକାର ଧ୍ୟାନ ଦେଉନଥିଲେ ।

ଆମ ସରକାର ଖ୍ୟମତାକୁ ଆସିବା ପରେ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛି ବୋଲି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ‌କହିଥିଲେ । ବିଧାୟକ ଶ୍ରୀ ସେଠୀ ବାଣପୁର ଠାରେ ମଙ୍ଗଳା ମନ୍ଦିରର ଉନ୍ନତ କରଣ କାର୍ଯ୍ୟ,‌୫୬ ନମ୍ବର ୱାର୍ଡର ଉତ୍ତମାପୁର ଆଚାର୍ଯ୍ୟ ହରିହର ବିଦ୍ୟାପୀଠ ଶୈ।ଚାଳୟର ଉଦଘାଟନ ,୫୭ ନମ୍ବର ୱାର୍ଡର ‌ଗୋପାଳପୁର – ମାଧେଶ୍ୱର ରାସ୍ତା କାର୍ଯ୍ୟର ଉଦଘାଟନ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ସ୍ୱ।ଧୀନ ଚେତା ମହାନ୍ତି, ରାଜେନ୍ଦ୍ର ପାତ୍ର, ପ୍ରମୋଦ କୁମାର ବେହେରା, ପ୍ରଶନ ପ୍ରଧାନ,‌ ସତ୍ୟ ରଞ୍ଜନ ଦାସ, ସୁକାନ୍ତ ଭୋଇ, ସୂର୍ଯ୍ୟ କାନ୍ତ ବରାଳ, ପ୍ରମୁଖ ବିଭିନ୍ନ ୱ।ର୍ଡରେ ବିଜେପି କର୍ମୀ ଉପସ୍ଥିତ ଥିଲେ।

Exit mobile version