Home ଓଡ଼ିଶା ଟାଟାଷ୍ଟିଲ ୟାଟ୍ସ ବିଜେତାଙ୍କ ଇସ୍ରୋ ପରିଭ୍ରମଣର ଶୁଭାରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp – ପତାକା ଦେଖାଇ ଶୁଭାରମ୍ଭ କଲେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ର ଅଧ୍ୟକ୍ଷା ଆଇଏଏସ୍ ଶ୍ରୀମତୀ ଚିତ୍ରା ଅରୁମୁଗମ l – ସାରା ଓଡ଼ିଶାରୁ ୭୧ ,୦୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ୩୦ ବିଜୟୀ ଛାତ୍ରଛାତ୍ରୀ ସାମିଲ l – ବେଙ୍ଗାଲୁରୁରେ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟ୍ୱର୍କ (ଆଇଏସ୍ଟିଆର୍ଏସି) ଓ ୟୁ ଆର୍ ରାଓ ସାଟେଲାଇଟ୍ କେନ୍ଦ୍ର (ୟୁଆର୍ଏସ୍ସି) ପରିଦର୍ଶନ କାର୍ଯ୍ୟକ୍ରମ l ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣରେ ଗଲେ ୟାଟ୍ସ (ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ)ର କୃତି ଛାତ୍ରଛାତ୍ରୀ। ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଭୁବନେଶ୍ବରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ର ସହଯୋଗିତାରେ ଆୟୋଜିତ ଆୟୋଜିତ ୟାଟ୍ସ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଜି ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ (ଆଇଏସ୍ଟିଆର୍ଏସି) ଏବଂ ୟୁ ଆର ରାଓ ସାଟେଲାଇଟ୍ ସେଂଟର (ୟୁଆର୍ଏସସି)କୁ ଶିକ୍ଷାମୂଳକ ଭ୍ରମଣରେ ପଠାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ୟାଟ୍ସର ୧୮ତମ ସଂସ୍କରଣର ଶୀର୍ଷ ୩୦ ବିଜୟୀ ଛାତ୍ରଛାତ୍ରୀଙ୍କୁ ପରିଭ୍ରମଣ ପାଇଁ ପଠାଯାଇଛି। ଏହି ଯାତ୍ରା ମେ’ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ। ଏହି ପରିପ୍ରେକ୍ଷୀରେ ଆୟୋଜିତ ସମାରୋହରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଏବଂ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଆରୁମୁଗମ, ଆଇଏଏସ୍ ଏହି ଭ୍ରମଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିର୍ଦ୍ଦେଶକ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଉପ ସଚିବ ଶ୍ରୀମତୀ ଉର୍ମିପ୍ରଭା ମହାରଣା ଏବଂ ଟାଟା ଷ୍ଟିଲ୍ର କର୍ପୋରେଟ୍ କମ୍ୟୁନିକେସନ୍ସ ଚିଫ୍ ଶ୍ରୀ ସର୍ବେଶ କୁମାର ଉପସ୍ଥିତ ଥିଲେ। ରାଜ୍ୟର ୭୧୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜୟୀ ହୋଇଥିବା ୩୦ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀମତୀ ଚିତ୍ରା ଆରୁମୁଗମ କହିଥିଲେ ଯେ, “ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପିଲା ପ୍ରତିଯୋଗୀତାରେ ବିଜୟୀ ହୋଇ ଇସ୍ରୋ ଯାଉଛନ୍ତି। ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ କେବଳ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ହେବାର ସ୍ଵପ୍ନ ଉଜାଗର କରିବ। ଭବିଷ୍ୟତରେ ସୁନିତା ୱିଲିୟମସଙ୍କ ଭଳି ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା ପିଲାମାନଙ୍କ ସ୍ଵପ୍ନରେ ଉଡାଣ ଭରିବାକୁ ଏହି କାର୍ଯ୍ୟକ୍ରମ ବେଶ୍ ପ୍ରେରଣାଦାୟକ ହେବ।“ ଟାଟା ଷ୍ଟିଲ୍ର କର୍ପୋରେଟ୍ କମ୍ୟୁନିକେସନ୍ସର ଚିଫ୍ ଶ୍ରୀ ସର୍ବେଶ କୁମାର କହିଛନ୍ତି ଯେ, “ଆମେ ଭବିଷ୍ୟତର ବିଜ୍ଞାନୀମାନଙ୍କୁ ପ୍ରେରଣା ଦେବା ଏବଂ ସଶକ୍ତ କରିବା ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବାରେ ବିଶ୍ୱାସ କରୁ । ୟାଟ୍ସ ମାଧ୍ୟମରେ ଆମେ ଏକ ଏଭଳି ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ, ଯାହା କ୍ୟାରିଅର୍ ଆକାଂକ୍ଷାକୁ ଆକାର ଦେବ ଏବଂ ସେମାନଙ୍କ ଭିଜନକୁ ସାକାର କରିବ।’’ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହିତ ଏବଂ ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଅଧିକାରୀମାନଙ୍କ ସହିତ ଭାରତର ପ୍ରମୁଖ ମହାକାଶ ଗବେଷଣା ପ୍ରତିଷ୍ଠାନ ଆଇଏସ୍ଟିଆର୍ଏସି ଓ ୟୁଆର୍ଏସ୍ସି ପରିଦର୍ଶନ କରିବେ। ଏହି ଭ୍ରମଣ ଛାତ୍ରଛାତ୍ରୀମାନଙ୍କୁ ଭାରତର ମହାକାଶ ମିଶନ୍, ସାଟେଲାଇଟ୍ ବିକାଶ ଏବଂ ଟ୍ରାକିଂ ପ୍ରଯୁକ୍ତି ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିବ। ୟାଟ୍ସର ୨୦୨୪-୨୫ ସଂସ୍କରଣର ବିଷୟବସ୍ତୁ ରହିଥିଲା "ମହାକାଶ ଆପଣଙ୍କ ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳ ହେବ କି?’, ଯାହାଦ୍ଵାରା ଛାତ୍ରଛାତ୍ରୀଙ୍କ ମନରେ ମହାକାଶ ଅନୁସନ୍ଧାନ ବିଷୟରେ ଜିଜ୍ଞାସା ଏବଂ ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ ଜିଲ୍ଲାର ୭୧,୦୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ରାଜ୍ୟର ଅନେକ ଛାତ୍ରଛାତ୍ରୀ ଅନଲାଇନ୍ ଆବେଦନ ମାଧ୍ୟମରେ ମଧ୍ୟ ଯୋଗଦେଇଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ବିଜେତା ଭାବେ ଚୟନ କରାଯାଇଥିଲା। ୨୦୦୭ରେ ୟାଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରଠାରୁ ୪.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଏପର୍ଯ୍ୟନ୍ତ ଯୋଡି ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରୁ ୨୩୦ରୁ ଅଧିକ କୃତି ଛାତ୍ରଛାତ୍ରୀ ଇସ୍ରୋ କେନ୍ଦ୍ର ପରିଦର୍ଶନ କରିସାରିଛନ୍ତି। ୟାଟ୍ସ ଭାରତର ସବୁଠୁ ପ୍ରଭାବଶାଳୀ ସାଇନ୍ସ ଆଉଟ୍ରିଚ୍ ଅଭିଯାନ ହୋଇପାରିଛି, ଯାହା ସାରା ଓଡ଼ିଶାରେ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ସହ ଆଗାମୀ ପିଢ଼ିର ଜ୍ୟୋତିର୍ବିତ୍ ଏବଂ ବୈଜ୍ଞାନିକଙ୍କୁ ପ୍ରେରଣା ଦେଉଛି। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026