ପ୍ଲାଷ୍ଟିକ୍ ପ୍ରଦୂଷଣ ବନ୍ଦ କରିବା ପାଇଁ ବିଶ୍ୱ ପର୍ଯ୍ୟାବରଣ ଦିବସ ଅଭିଯାନ

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ରେଳବାଇ “ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରନ୍ତୁ” ବିଷୟ ବସ୍ତୁ ସହିତ”ବିଶ୍ୱ ପରିବେଶ ଦିବସ ଅଭିଯାନ” ଆରମ୍ଭ କରିବାକୁ ଯାଉଛି । ଏହି ଅଭିଯାନ ୨୨.୦୫.୨୦୨୫ ରୁ ୦୫.୦୬.୨୦୨୫ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଭିଯାନରେ ଅଂଶଗ୍ରହଣ କରି, ଖୋର୍ଦ୍ଧାରୋଡ୍ ମଣ୍ଡଳ,ଯାତ୍ରୀ ଏବଂ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ।

ଅଭିଯାନର ପ୍ରଥମ ଦିନରେ, ଖୋର୍ଦ୍ଧାରୋଡ୍ ଡିଭିଜନର ବିଭିନ୍ନ ରେଳ ଷ୍ଟେସନ, କଲୋନୀ ଏବଂ ଅନ୍ୟାନ୍ୟ ୟୁନିଟରେ ବ୍ୟାନର ପ୍ରଦର୍ଶନ ସହିତ ଯାତ୍ରୀମାନଙ୍କୁ ପାମ୍ପଲେଟ୍ ବଣ୍ଟନ କରି ସଚେତନତା ସୃଷ୍ଟି କରାଯିବ । ପ୍ରତ୍ୟେକ ବ୍ୟକ୍ତି ପରିବେଶ ସୁରକ୍ଷା ପାଇଁ ନିଜ ଦୈନନ୍ଦିନ ଜୀବନରେ ଯଥାସମ୍ଭବ ପରିବର୍ତ୍ତନ ଆଣିବା ଏବଂ ନିଜ ପରିବାର, ବନ୍ଧୁ,ବାନ୍ଧବ ଏବଂ ଅନ୍ୟମାନଙ୍କୁ ପରିବେଶ ଅନୁକୂଳ ଅଭ୍ୟାସର ଗୁରୁତ୍ୱ ବିଷୟରେ ପ୍ରେରଣା ଦେବା ପାଇଁ ପ୍ରତିଜ୍ଞା ନିଆ ଯାଇଛି ।

ଏହି ଅଭିଯାନ ସମୟରେ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ଲାଷ୍ଟିକ୍ ଅଳିଆର ଉପଯୁକ୍ତ ନିଷ୍କାସନ,ଅଳିଆ ପୃଥକୀକରଣର ସଠିକ୍ ପଦ୍ଧତି ବିଷୟରେ କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ଷ୍ଟେସନ ଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ ନିଷେଧ କାର୍ଯ୍ୟକାରୀ କରିବା ସହିତ ରେଳ ଷ୍ଟେସନ ଗୁଡ଼ିକରେ ଷ୍ଟଲ ଗୁଡ଼ିକର ତଦାରଖ ପାଇଁ ସ୍ୱତନ୍ତ୍ର ଯାଞ୍ଚ କରାଯିବ। ପ୍ଲାଷ୍ଟିକ୍ ପ୍ରଦୂଷଣ ଏବଂ ଏହି ବିପଦକୁ ରୋକିବାର ଉପାୟ ବିଷୟରେ ସ୍କୁଲ ପିଲାମାନଙ୍କ ସହିତ ପାରସ୍ପରିକ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବ ।

କପଡ଼ା,ଝୁଟ୍ ବ୍ୟାଗ୍ ବ୍ୟବହାରକୁ ଉତ୍ସାହିତ କରିବା ଓ ଡିଜିଟାଲ୍ ଏବଂ କାଗଜ ବିହୀନ ଟିକେଟ୍ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ । ବିଶ୍ୱ ପରିବେଶ ଦିବସ ଅଭିଯାନ ଖୋର୍ଦ୍ଧାରୋଡ୍ ମଣ୍ଡଳର ମେକାନିକାଲ୍ ବିଭାଗର ପରିବେଶ ଏବଂ ହାଉସ କିପିଙ୍ଗ ଶାଖା ଦ୍ୱାରା ଆୟୋଜନ କରାଯାଉଛି ।

Exit mobile version