ଲେଖକ ପରିଷଦର ରୌପ୍ୟ ଜୟନ୍ତୀ ପାଳିତ – ନୟାଗଡ ଜିଲ୍ଲା

ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) 28.12.2019 ୟାଗଡ :-  ଗୋପିନାଥ ହୋଟେଲ ପରିସରରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ରୌପ୍ୟ ଜୟନ୍ତୀ ଉସଚବ ପାଳିତ ହୋଇଯାଇଛି । ଏହାର ଉଦଘାଘଟନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମି ଭୁବନେଶ୍ବରର ସଭାପତି ହରିହର ମିଶ୍ର, ସମ୍ମାନୀତ ଅତୀଥି ଭାବେ ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ନୟାଗଡ ଜିଲ୍ଲା ଲେଖକ ପରିଷଦ ସ୍ମରଣିକା କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଉଦଯାପନୀ ସଭାରେ ମୁଖ୍ୟ ବକ୍ତା ଭାବେ କୃଷି, କୃଷକ ସଶକ୍ତିକରଣ, ମଶ୍ଚ୍ୟ , ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଭୁବନେଶ୍ବର କଳିଙ୍ଗ ବିହାରର ପ୍ରାଧ୍ୟାପକ ଆଦିକନ୍ଦ ସାହୁ ପ୍ରମୂଖ ଯୋଗ ଡେଇଥିଲେ ।

ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ ମଞ୍ଚ କାର୍ଯ ପରିଚାଳନା କରିଥିଲେ । ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏହି ସଭାରେ ସଭାପତିତ୍ଵ କରିଥିଲେ । ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରର ସମସ୍ତ ରକ୍ତଦାତା ଓ ଜିଲ୍ଲା ସ୍ତରୀୟ ଓଡିଶା ଭାଷା ଜ୍ଞାନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ନୟାଗଡ ଜିଲ୍ଲା ଲେଖକ ପରିଷଦର ପ୍ରତିଷ୍ଠତା ସିମାଞ୍ଚଳ ଦାସ ଓ ପ୍ରଭାତ କୁମାର ମିଶ୍ରଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରଯାଇଥିଲା ।

ଲେଖକ ପରିଷର ସଭାପତି, ସମ୍ପାଦକ ସମେତ ସମସ୍ତ ଲେଖକ, କବି ଓ କବୟତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା । ଏହି ଅବସରରେ କବି କବୟତ୍ରୀମାନେ କବିତା ପାଠ କରିଥିଲେ ଓ “ମୁଖପତ୍ର” ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଅଶୋକ ମଲ୍ଲ ଓ ସହ-ସମ୍ପାଦିକା ସୌଦାମିନୀ ସ୍ଵାଇଁ ଧନ୍ୟବାଦ ଦେଇଥିଲେ ।  (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି  

Exit mobile version