ଗୁମୁଡ଼ାରେ ଅଜଣା ଗାଡ଼ି ଧକାରେ ତିନି ମୃତ

ରାମନାଗୁଡା  (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ବ୍ଲକ ଅନ୍ତର୍ଗତ ଡେରିଗାଁ ପଞ୍ଚାୟତ ଅଧୀନରେ ଥିବା କଇଠପଦର ଗ୍ରାମର ସୁବ୍ରତ ଶବର (୧୫)ବୁଲୁ ଶବର(୧୯) ହୋଇଥିବା ବେଳେ ବାଳକୃଷ୍ଣ ହାରାକା(୨୨)ଙ୍କ ଘର ଡେରିଗାଁ ନିକଟ ଜଗନ୍ନାଥପୁର ରେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୁଇ ଜଣ ସାବାଳକ ଅଛନ୍ତି ।

ଏହି ତିନିଜଣ ଓଡି ୧୮ ଡି ୮୫୭୨ (ହୋଣ୍ଡା ସାଇନ)ବାଇକ ଯୋଗେ ଭାମିନି ପଞ୍ଚାୟତ ର କାରେଣି ଗ୍ରାମକୁ ଠାକୁରାଣୀ ଯାତ୍ରା ଦେଖିବା ପାଇଁ ମଙ୍ଗଳବାର ରାତ୍ର ୧୧:୫୦ ମିନିଟ ବେଳକୁ ଯିବା ସମୟରେ ଗୁମୁଡ଼ା ରେ ଥିବା ବଂଶଧାରା ନଦୀ ସେତୁ ର ମଧ୍ୟ ଭାଗରେ ହୋଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକାରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଳକୃଷ୍ଣ ହାରାକା(୨୨) ଙ୍କର ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା।ଚିକିତ୍ସିତ ହେଉଥିବା ବେଳେ ବାଳକୃଷ୍ଣ ର ମୃତ୍ୟୁ ହୋଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇ ଗୁମୁଡ଼ା ଫାଣ୍ଡି ଅଧିକାରୀ ବିରେନ୍ଦ୍ର ରାୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଙ୍କର ମୃତ ଦେହକୁ ଉଦ୍ଧାର କରି ଗୁଡାରି ଥାନା କେସ ନମ୍ବର ୫୮/୨୧-୦୫-୨୦୨୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।ସେହି ତିନି ଜଣଙ୍କର ମୃତ ଦେହ କୁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଗୁମୁଡ଼ା ଫାଣ୍ଡି ଅଧିକାରୀ ଶ୍ରୀ ରାୟ କହିଛନ୍ତି ।

Exit mobile version