ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସର୍କିଟ୍ ହାଉସଠାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସହରର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ଉପରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଏସପି ବିନୀତ ଅଗ୍ରୱଲା ଓ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୋଗ ଦେଇଥିଲେ । ମନ୍ତ୍ରୀ ପୌର ଅଧିକାରୀଙ୍କୁ ପରିମଳ ବ୍ୟବସ୍ଥା ଉପରେ ତାଗିଦ କରିଥିଲେ । ପରିମଳ ପାଇଁ ୧୪ଟି ଅସ୍ଥାୟୀ ଷ୍ଟଲ୍ ଖୋଲାଯିବ। ଏଥିରେ ୧୦୬ ଜଣବ୍ୟକ୍ତି କାର୍ଯ୍ୟ କରିବେ । ୩୦ ତାରିଖ ସୁଦ୍ଧା ବଡଦାଣ୍ଡର ଡ୍ରେନ ଓ ସ୍ଲାପ କାର୍ଯ୍ୟ ଶେଷ ହେବ ।

