ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ ସାମ୍ବାଦିକ ନିରୋଜ ପାଣୀଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତୁ, ଗୋଟିଏ ଛୋଟ ସମ୍ବାଦପତ୍ର ର ସାମ୍ବାଦିକ ହୋଇ ମୋ ବିରୋଧରେ ସମ୍ବାଦ ଲେଖୁଛୁଁ, ବରଗଡ ର ବଡବଡ ସାମ୍ବାଦିକ ଚୁପ ଥିବାବେଳେ ତୁ ଅଧିକ ଲେଖୁଛୁଁ,ମୋର ଅସଲ ରୂପ ତୁ ଦେଖି ନାହିଁ, ତତେ ମାଡ ମାରି ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବି ।
ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଘଟଣାରୁ ଜଣାଯାଇଛି ଯେ, ସାମ୍ବାଦିକ ଶ୍ରୀ ନିରୋଜ ପାଣୀ ନୃସିଂହନାଥ ମନ୍ଦିର ବୈଶାଖ ମେଲା ଯାତ୍ରା ସମୟରେ ସମ୍ବାଦ ସଂଗ୍ରହ ପାଇଁ ଗତ ୧୦ ତାରିଖ ଦିନ ନୃସିଂହନାଥ ଯାଇଥିଲେ ।
