ଫୁବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଫୁଲବାଣୀ ସହର ରେ ଚାଲିଥିବା କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା ୨୦୨୫ କାର୍ଯ୍ୟକ୍ରମର ବହୁ ଜଣ ସମାଗମ ଓ କୋଳାହଳ ମଧ୍ୟ ରେ ଗତବର୍ଷ ପରି ଏହି ବର୍ଷ ମଧ୍ୟ ଚଳିତ ଗ୍ରୀଷ୍ମ ପ୍ରବାହ ରେ ପଥଚାରୀ ମାନଙ୍କ ତୃଷା ନିବାରଣ ନିମନ୍ତେ କମଳା ସାହିତ୍ୟ ପ୍ରକାସନି ଅନୁଷ୍ଠାନ, ମାଷ୍ଟରପଡ଼ା, ତରଫରୁ ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ବହୁ ଜଣା ଶୁଣା କବି, ସାହିତ୍ୟିକ ସମାଲୋଚକ, ଡ ନୃସିଂହ ନନ୍ଦ ମହାପାତ୍ରଙ୍କ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା l କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଶଳ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉକ୍ତ ଦହିପଣା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ରୁପେ କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ,

