Home ଓଡ଼ିଶା ଓଡିଶାରେ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ କ୍ୟାମ୍ପେନର ଶୁଭାରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଡାବର୍ର ଏକ ଅଗ୍ରଣୀ ଇନଷ୍ଟାଂଟ ଏନର୍ଜି ଡ୍ରିଙ୍କ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ ମେଗା କ୍ୟାମ୍ପେନର ଶୁଭାରମ୍ଭ ଘୋଷଣା କରାଯାଇଛି । ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତର ପ୍ରମୁଖ ସ୍ପୋର୍ଟସ ଏକାଡେମି ଗୁଡିକରେ ଯୁବ କ୍ରୀଡାବିତମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏହି କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏହି କ୍ୟାମ୍ପେନର ଅଂଶ ଭାବେ ଡାବର ଗ୍ଲୁକୋଜ ଭୁବନେଶ୍ୱରସ୍ଥିତ ଭାରତ ଭୁଷଣ କ୍ରିକେଟ ଏକାଡେମୀଠାରେ ଶକ୍ତି ଓ ସାମର୍ଥ୍ୟ ପରିଚାଳନା ପ୍ରସଙ୍ଗ ଉପରେ ଏକ ସ୍ୱତନ୍ତ୍ର ସଚେତନତା ଅଧିବେଶନର ଆୟୋଜନ କରିଥିଲା l ଯେଉଁଥିରେ ଏହି କ୍ଷେତ୍ରର ପ୍ରତିଷ୍ଠିତ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ଏହି ଅଧିବେଶନ କ୍ରୀଡାବିତମାନଙ୍କୁ ନିଜର ପ୍ରଦର୍ଶନ ଉନ୍ନତ କରିବା ଏବଂ ନିଜର ପୂର୍ଣ୍ଣ କ୍ଷମତାକୁ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମୂଲ୍ୟବାନ ତଥ୍ୟ ଓ ରଣନୀତି ପ୍ରଦାନ କରିଥିଲା । ଡାବର ପକ୍ଷରୁ ଏହି ଏକାଡେମୀର ଶୀର୍ଷ କ୍ରୀଡାବିତମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଏସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର କର୍ପୋରେଟ କମ୍ୟୁନିକେଶନ ବିଭାଗର ମ୍ୟାନେଜର ଦିନେଶ କୁମାର କହିଛନ୍ତି, “ଆମେ ଯୁବ କ୍ରୀଡାବିତଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ନିଜର କ୍ରୀଡା କ୍ଷେତ୍ରରେ ସଫଳ ହେବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରିବା ପାଇଁ ‘ଏନର୍ଜାଇଜ ଇଣ୍ଡିଆ’ କ୍ୟାମ୍ପେନର ଲଂଚ କରି ଉତ୍ସାହିତ ଅଛୁ । ଏକ ବ୍ରାଣ୍ଡ ଭାବେ ଡାବର ଗ୍ଲୁକୋଜ କ୍ରୀଡାବିତ, କ୍ରୀଡା ଉତ୍ସାହୀ ଓ ଏକ ସକ୍ରିୟ ଜୀବନଶୈଳୀକୁ ଆପଣାଉଥିବା ଲୋକଙ୍କ ପାଇଁ ଏକ ଉପଯୁକ୍ତ ଉତ୍ପାଦ ଅଟେ । ଏହି ଉତ୍ପାଦକୁ ତତ୍କାଳ ଶକ୍ତି ବୃଦ୍ଧି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି ଯାହାକି ଶାରୀରିକ ଗତିବିଧିରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।” କୋଚ୍ ମନୋଜ ଜେନାଙ୍କ ଦ୍ୱାରା ପରିଚାଳିତ ଏହି ଶକ୍ତି ଅଧିବେଶନଗୁଡିକରେ ଯୁବ କ୍ରୀଡାବିତମାନଙ୍କୁ ଉନ୍ନତ ପ୍ରଦର୍ଶନ ନିଶ୍ଚିତ କରିବା ପାଇଁ ଉପଯୁକ୍ତ ପୋଷଣ ଓ ହାଇଡ୍ରେଶନର ମହତ୍ୱ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅଧିବେଶନରେ ସାମର୍ଥ୍ୟ ଓ ସହନଶୀଳତାକୁ ଉନ୍ନତ କରିବା ଲାଗି ପରାମର୍ଶ ଓ ପଦ୍ଧତିଗୁଡିକ ଅନ୍ତର୍ଭୁକ୍ତ ଥିଲା ଯାହା ସମସ୍ତ କ୍ରୀଡାବିତଙ୍କ ପାଇଁ ଜରୁରୀ ହୋଇଥାଏ । ସେହିରପି ଶ୍ରୀଯୁକ୍ତ କୁମାର ଆହୁରି ମଧ୍ୟ କହିଛନ୍ତି, “ଡାବର ଗ୍ଲୁକୋଜ ସବୁବେଳେ ଯୁବପିଢିଙ୍କ ମଧ୍ୟରେ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଆସିଛି । ଯୁବ କ୍ରୀଡାବିତଙ୍କ ସହ ଏହି ସହଭାଗିତା ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଆଉ ଏକ ଅଗ୍ରଗାମୀ ପଦକ୍ଷେପ ଅଟେ । ଏହାର ରିଫ୍ରେଶିଙ୍ଗ ଟେଷ୍ଟ ଓ ଇନ୍ଷ୍ଟାଂଟ ଏନର୍ଜି ବୁଷ୍ଟ ସହିତ ଡାବର ଗ୍ଲୁକୋଜ ହେଉଛି ଶକ୍ତିସମ୍ପନ୍ନ ରହିବା ଏବଂ ନିଜର ସର୍ବୋତମ ପ୍ରଦର୍ଶନ ଦେବା ପାଇଁ ଯୁବ କ୍ରୀଡାବିତମାନଙ୍କ ଲାଗି ଏକ ଉପଯୁକ୍ତ ବିକଳ୍ପ ।” Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026